ସୁମିତ-ତପସ୍ୱିନୀ ବିବାଦ, ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ

ବ୍ରହ୍ମପୁର ୦୪।୦୧: ସୁମିତ-ତପସ୍ୱିନୀ ବିବାଦ ଘଟଣା । ୪୩ ଦିନ ଧରି ଚାଲିଥିବା ଡ୍ରାମାରେ ଅନ୍ତ କେବେ । ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ ।

ଖବର ଅନୁଯାୟୀ,  ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ତ ଦାୟିତ୍ୱ ବହନ କରିବା ନିମନ୍ତେ  ଏସ୍‌ଡିଜେଏମ୍ କୋର୍ଟ ଆଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତ୍ଙ୍କ ଓକିଲ । ସେପଟେ ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ଏସଡିଜେଏମ୍ କୋର୍ଟରେ  କରାଯାଇଥିବା ଖାରଜ ଆଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଉଭୟ ଘଟଣାରେ ଦୁଇ ପକ୍ଷର ଓକିଲ ଗତ ୨୭ ତାରିଖରେ ଜିଲ୍ଲା କୋର୍ଟରେ ପକ୍ଷ ରଖିଥିବା ବେଳେ ଆଜି ରାୟ ଶୁଣାଇବେ ଜିଲ୍ଲା କୋର୍ଟ ।  ଜିଲ୍ଲା କୋର୍ଟ ଆଜି ରାୟ ଶୁଣାଇବା ପାଇଁ ସମୟ ସମୟ ଧାର୍ଯ୍ୟ କରିଛନ୍ତି । ତେବେ ରାୟ କଣ ଆସୁଛି ତାକୁ ହିଁ ଅପେକ୍ଷା କରାଯାଇଛି ।

Spread the love