ସୁମିତ୍ ଓ ତପସ୍ଵିନୀ ବିବାଦରେ ନୂଆ ମୋଡ୍: ଘରେ ପ୍ରବେଶ କଲେ ବୋହୂ, ଆଉଟ୍ ହେଲେ ଶ୍ଵଶୁର

ବ୍ରହ୍ମପୁର ବ୍ରାହ୍ମାନଗରର ଦମ୍ପତି ଡାକ୍ତର ସୁମିତ୍ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । କୋର୍ଟଙ୍କ ଆଦେଶ ବଳରେ ବୋହୂ ତପସ୍ବିନୀ ଶ୍ବଶୂର ଘରେ ପ୍ରବେଶ କରିଥିବା ବେଳ ନିଜକୁ ଅସୁରକ୍ଷିତ ଦର୍ଶାଇ ରାତି ଅଧରେ ଘରୁ ବାହାରି ଯାଇଛନ୍ତି ଡାକ୍ତର ସୁମିତ୍‌ଙ୍କ ବାପା ତଥା ତପସ୍ବିନୀଙ୍କ ଶ୍ବଶୂର ପ୍ରମୋଦ ସାହୁ । ଏନେଇ ସେ ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି ।

ସୁମିତ୍-ତପସ୍ବିନୀ ମାମଲାରେ ନୂଆ ଟ୍ବିଷ୍ଟ । ବୋହୂ ଇନ୍, ଶ୍ବଶୂର ଆଉଟ୍ । କୋର୍ଟଙ୍କ ଆଦେଶ ବଳରେ ଶ୍ବଶୂର ଘରେ ପ୍ରବେଶ କଲେ ବୋହୂ ତପସ୍ବିନୀ । ସେପଟେ ନିଜକୁ ଅସୁରକ୍ଷିତ ଦର୍ଶାଇ ରାତି ଅଧରେ ଘରୁ ବାହାରିଗଲେ ଶ୍ବଶୂର ପ୍ରମୋଦ ସାହୁ । ମାସାଧିକ କାଳ ଶ୍ବଶୂରଘର ସାମ୍ନାରେ ଧାରଣା ଏବଂ କୋର୍ଟରେ ଆଇନଗତ ଲଢ଼େଇ ପରେ ଗତକାଲି ରାତିରେ ତପସ୍ବିନୀ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ତାଙ୍କ ଶ୍ବଶୂର ଘରେ ପ୍ରବେଶ କରିଛନ୍ତି । ହେଲେ ସେପଟେ ବୋହୂ ଘରେ ପଶୁ ପଶୁ ଘର ଛାଡ଼ି ରାତି ଅଧରେ ପଳାଇଛନ୍ତି ଶ୍ବଶୂର ପ୍ରମୋଦ ସାହୁ ।

ଏଭ ଭିଡିଓ ଜାରି କରି ପ୍ରମୋଦ କହିଛନ୍ତି ଯେ, ତପସ୍ବିନୀ ତାଙ୍କ ଘରେ ରହିବା ନେଇ କୋର୍ଟଙ୍କ ଆଦେଶରେ କିଛି ଦ୍ବନ୍ଦ୍ବ ଥିଲା । ଏନେଇ ସେ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ।  ହେଲେ ଥାନା ଅଧିକାରୀ କିଛି ଶୁଣି ନଥିଲେ । ଏଣୁ ତପସ୍ବିନୀଙ୍କୁ ନେଇ ସେ ନିଜକୁ ଅସୁରକ୍ଷିତ ମଣିବାରୁ ଘର ଛାଡ଼ିଛନ୍ତି । ସେହିଭଳି ଶ୍ବଶୂରଘରେ ପ୍ରବେଶ କରି ତପସ୍ବିନୀ କୋର୍ଟ ଆଦେଶର ଅବମାନନା କରିଛନ୍ତି ବୋଲି କହିଛନ୍ତି ସୁମିତ୍‌ଙ୍କ ଓକିଲ ।

ସେପଟେ ସୁମିତ୍‌ଙ୍କ ଓକିଲଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ତପସ୍ବିନୀଙ୍କ ଓକିଲ । କହିଛନ୍ତି କୋର୍ଟଙ୍କ ଆଦେଶ ବଳରେ ତପସ୍ବିନୀ ଶ୍ବଶୂର ଘରେ ପ୍ରବେଶ କରିଛନ୍ତି । ତପସ୍ବିନୀଙ୍କ ସହ ଜଣେ ସୁରକ୍ଷା କର୍ମୀ ରହିବାର ବ୍ୟବସ୍ଥା କରାଯାଇଥିବା ବେଳେ ସୁମିତ୍‌ଙ୍କ ବାପା ନିଜର ସୁରକ୍ଷା ପାଇଁ ଏତେ ବିଚଳିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଥାଇପାରେ ବୋଲି କହିଛନ୍ତି ।

ବୋହୂର ଏଣ୍ଟ୍ରି ପରେ ରାତି ଅଧରେ ଘର ଛାଡ଼ିଥିବା ଶ୍ବଶୂର ପ୍ରମୋଦ ସାହୁ ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ସେହିଭଳି ତପସ୍ବିନୀଙ୍କ ସ୍ବାମୀ ଡାକ୍ତର ସୁମତ୍ ମଧ୍ୟ ଏବେ କେଉଁଠି ଅଛନ୍ତି ତା’ର ସୂଚନା ମଧ୍ୟ ଦିଆଯାଉନାହିଁ । ଚାକିରି କ୍ଷେତ୍ରରେ ତାଙ୍କର ୧୫ ଦିନିଆ ଛୁଟି ଅବଧି ଆସନ୍ତାକାଲି ଶେଷ ହେଉଥିବାରୁ ସେ ପୁଣି ଚାକିରିରେ ଯୋଗ ଦେଉଛନ୍ତି କି ନାହିଁ ତା ଉପରେ ରହିଛି ନଜର ।

Spread the love