ସୁମିତ ଓ ତପସ୍ୱିନୀ ବିବାଦ, ହାଇକୋର୍ଟ ମାଗିଲେ ସବିଶେଷ ତଥ୍ୟ

କଟକ ୨୫।୦୧: ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ବିବାଦ ପ୍ରସଙ୍ଗ । ଘଟଣାରେ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ବ୍ରହ୍ମପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଖବର ଅନୁଯାୟୀ, ନିଜକୁ ଅସୁରକ୍ଷିତ ମଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୁମିତଙ୍କ ବାପା । ପ୍ରତିପକ୍ଷ ତପସ୍ବିନୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଏହି ମାମଲାରୁ ଶୁଣାଣି କରି ହାଇକୋର୍ଟ ସବିଶେଷ ତଥ୍ୟ ମାଗିଛନ୍ତି । ବ୍ରହ୍ମପୁର ଏସ୍‌ପିଙ୍କୁ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଫେବ୍ରୁଆରୀ ୮କୁ ଧାର୍ଯ୍ୟ କରାଯାଇଛି ।

Spread the love