ଅଲ୍‌ଟ୍ରା ରନର୍‌ ସୁମିତଙ୍କ ଆଉ ଏକ ରେକର୍ଡ; ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକଡ୍ସ’ରେ ନାଁ

ରାଉରକେଲା: ଅଲ୍‌ଟ୍ରା ରନ୍‌ ଜଗତର ଉଦୀୟମାନ ତାରକା ରାଉରକେଲାର ସୁମିତ ସିଂହଙ୍କୁ ଆଉ ଏକ ସଫଳତା ମିଳିଛି। ଗତ ମେ’ ମାସରେ ଲଗାତାର ସର୍ବାଧିକ ୩୩ଟି ଫୁଲ୍‌ ମାରାଥନ୍‌ ଦୌଡ଼ିଥିବା ସୁମିତଙ୍କ ନାଁ ଏବେ ‘ଇଣ୍ଟର୍‌ନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ‌୍ସ’ରେ ଲିପିବଦ୍ଧ ହୋଇଛି। ଏନେଇ ସଂସ୍ଥା ପକ୍ଷରୁ ଆନୁଷ୍ଠାନିକଭାବେ ସ୍ବୀକୃତିପତ୍ର ପ୍ରଦାନ କରାଯାଇଛି।

ଲଗାତାର ସର୍ବାଧିକ ସଂଖ୍ୟକ ମାରାଥନ ଦୌଡ଼ି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସରେ ନାଁ କରିବାକୁ ସୁମିତ ପ୍ରୟାସ କରିଥିଲେ। ଏପ୍ରିଲ ୨୫ ତାରିଖରୁ ମେ’ ୨୪ ପର୍ଯ୍ୟନ୍ତ ପ୍ରତିଦିନ ସ୍ଥାନୀୟ ଉଦିତନଗର ପଡ଼ିଆରେ ମାରାଥନ ଦୌଡ଼ିଥିଲେ। ଏହା ସନ୍ଧ୍ୟା ୬ଟାରୁ ରାତି ୧୧ଟା ଚାଲୁଥିଲା। ପ୍ରତ୍ୟେକ ଦିନ ମାରଥାନ(୪୨.୨ କିଲୋମିଟର ବିଶିଷ୍ଟ) ଦୌଡ଼ିଥିବାବେଳେ ଲଗାତାର ୩୦ ଦିନରେ ୩୩ଟି ମାରାଥନ୍‌ ଦୌଡ଼ିଥିଲେ। ଅର୍ଥାତ୍‌ ସେ ମୋଟ୍‌ ୧୩୯୨.୬ କିଲୋମିଟର ଅତିକ୍ରମ କରିଥିଲେ। ପ୍ରତ୍ୟେକ ଦିନର ମାରାଥନର ଭିଡିଓ ଫୁଟେଜ୍‌ ରେକର୍ଡ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସ କର୍ତ୍ତୃପକ୍ଷଙ୍କୁ ପଠାଯାଇଥିଲା। ତେବେ ଗିନି୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ‌୍ସରେ ସୁମିତଙ୍କ ନାଁ ଲିପିବଦ୍ଧ ହୋଇଛି ନା ନାହିଁ, ତାହା କର୍ତ୍ତୃପକ୍ଷଙ୍କ ଦ୍ବାରା ଘୋଷଣା କରାଯାଇନାହିଁ। ଅପରପକ୍ଷରେ ସୁମିତଙ୍କ ସମସ୍ତ ମାରାଥନ୍‌ର ଭିଡିଓ ଫୁଟେଜ୍‌ ଅନ୍ୟ ଏକ ସଂସ୍ଥା ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ‌୍‌ସ’ର ହସ୍ତଗତ ହୋଇଥିଲା। ଏହାର ବ୍ୟାପକ ସମୀକ୍ଷାପରେ ସଂସ୍ଥା ପକ୍ଷରୁ ରେକର୍ଡ ହାସଲ କରିଥିବାନେଇେ ବିଧିବଦ୍ଧ ସ୍ବୀକୃତି ପତ୍ର ପ୍ରଦାନ କରାଯାଇଛି।

Spread the love