ବିଜେପିର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍

ଭୁବନେଶ୍ୱର, ତା.୦୫/୦୩: ବିଏମସି ମେୟର ପ୍ରାର୍ଥୀ ପାଇଁ ବିଜେପି ନାମ ଘୋଷଣା କରିଛି । ସୁନୀତି ମୁଣ୍ଡ୍ ଭୁବନେଶ୍ୱର ମେୟର ପ୍ରାର୍ଥୀ ହୋଇଛନ୍ତି । ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ନାଁ ଘୋଷଣା କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ସୁନୀତି ମୁଣ୍ଡ୍ ପ୍ରାର୍ଥୀ ହୋଇଛନ୍ତି ।
ସୂଚନାଥାଉ କି, ମାର୍ଚ୍ଚ ୨୪ରେ ପୌରାଚଂଳରେ ନିର୍ବାଚନ ହେବ । ସୁନୀତି ମୁଣ୍ଡ୍ ଭୁବନେଶ୍ୱର ମେୟର ପାଇଁ ଚୟନ ହୋଇଛନ୍ତି । ଭବାନିପାଟଣାରେ ରହି ଶିକ୍ଷା କରିଥିଲେ ଡ.ମୁଣ୍ଡ୍ କିନ୍ତୁ ଭୁବନେଶ୍ୱର ଝାରପଡାର ୩୨ନଂ ୱାର୍ଡରେ ଦୀର୍ଘ ୨୦ବର୍ଷ ହେଲା ରହୁଛନ୍ତି । ଡ. ମୁଣ୍ଡ୍‌ଙ୍କ ଲୋକସଭା ଲୋକନୀତି ଉପରେ ଅଭିଜ୍ଞତା ଅଛି ।
ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡ. ମୁଣ୍ଡ୍ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି । ଆମେ ଚାହୁଁଥିଲୁ ଉଚ୍ଚଶିକ୍ଷାତା ମହିଳା ଓ ଗୋଟିଏ ନୂଆ ମୁହଁ । ସୁନୀତି ମୁଣ୍ଡ୍ ସମ୍ବଲପୁର ୟୁନିଭରସିଟିରୁ ଓଡ଼ିଆରେ ଏମେ, ଆଇଏମଏମସିରେ ସାମ୍ବାଦିକତା, ଫିଲ୍ମ ଜଗତ ସହ ଜଡ଼ିତ ଅଛନ୍ତି । ସବୁଠୁ ବଡ଼ କଥା ହେଲା ସେ ପାଖାପାଖି ୨୮ଟି ବହି ଲେଖିଛନ୍ତି । ଡ. ମୁଣ୍ଡ୍ ହିନ୍ଦୀରେ ଓ ଓଡିଆରେ ପ୍ରବୀଣ ଅଛନ୍ତି । ସାହିତ୍ୟରୁ ରାଜନୀତି ପାଇଁ ଅଂଟା ଭିଡିଛନ୍ତି । ତାଙ୍କ ଲକ୍ଷ୍ୟ ରହିଛି ଲୋକଙ୍କ ସେବା । ଲୋକ ସେବା ଲୋକନୀତି ଉପରେ ତାଙ୍କର ଅଭିଜ୍ଞତା ରହିଛି । ଭୁବନେଶ୍ୱର ବିଭିନ୍ନ ସମସ୍ୟା ଓ ଆନ୍ତରିକତା ଦେଖି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ତାଙ୍କୁ ମେୟର ପ୍ରାର୍ଥୀଙ୍କ ପାଇଁ ଚୟନ କରିଛନ୍ତି ।

Spread the love