ଧୀରେଧୀରେ ବଢୁଛି ତାତି

ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ 24 ଘଣ୍ଟା ଭିତରେ କେବଳ ଝାରସୁଗୁଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା 10ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର କହିଛନ୍ତି,“ଆସନ୍ତା 4 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।

ଗୋଟିଏ ସପ୍ତାହ ପରେ ତାତି ବଢ଼ିବ। ଦିନବେଳା ତାପମାତ୍ରା ବୃଦ୍ଧି ହେବ। ରାତିବେଳା ତାପମାତ୍ରା କମ୍ ରହିବ ବୋଲି ଆମେ ପୂର୍ବାନୁମାନ କରୁଛୁ।” ସୂଚନାଯୋଗ୍ୟ, ଏ ବର୍ଷ ଶୀତ ଋତୁରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ର 3 ଡିଗ୍ରୀ ତଳକୁ ଖସି ଯାଇଥିବା ବେଳେ ଅନୁଗୋଳ ଓ କେନ୍ଦୁଝର ଆଦି ଜିଲ୍ଲାର ସର୍ବନିମ୍ନ ତାପମାତ୍ରା5 ଓ 6 ଡିଗ୍ରୀ ହୋଇଯାଇଥିଲା। କନ୍ଧମାଳର ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ର କୋଇଡ଼ା ଆଦି ଅଞ୍ଚଳରେ ତୁଷାରପାତ ମଧ୍ୟ ହୋଇଥିଲା। ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରବଳ ଶୀତ ହୋଇଥିଲା।

Spread the love