ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ, ୩ ନଭେମ୍ବରରେ ହେବ ପଚରାଉଚରା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ନୋଟିସ ପଠାଇଲା ଇଡି । ଅବୈଧ ଖନନ ଏବଂ ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଏହି ସମନ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନଙ୍କୁ ୩ ନଭେମ୍ବର ସାଢ଼େ ୧୧ ଟାରେ ପଚରାଉଚରା ପାଇଁ ଡକାଇଛି। ଇଡିକୁ ବିଧାୟକ ପଙ୍କଜ ମିଶ୍ରାଙ୍କ ସାହେବଗଞ୍ଜ ସ୍ଥିତ ଘରେ ରେଡ୍ ସମୟରେ ଏକ ଲଫାଫା ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଜଡ଼ିତ ଚେକବୁକ୍ ରହିଥିଲା। ୨ ଚେକ୍‌ବୁକ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ମଧ୍ୟ ମିଳିଥିବା ନେଇ କୁହାଯାଉଛି।

ନିକଟରେ ଖୁଲାସା ହୋଇଥଲା ଯେ ନ୍ୟାୟିକ ହେପାଜତରେ ଥାଇ ଚିକିତ୍ସା ସମୟରେ ପଙ୍କଜ ମିଶ୍ରା ଲଗାତାର ଅଧିକାରୀଙ୍କ ସଂପର୍କରେ ରହୁଥିଲା। ଯାଞ୍ଚରେ ଏହାର ପ୍ରମାଣ ମିଳିଥିଲା ଯେ ପଙ୍କଜ ମିଶ୍ରା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଅଧିକାରୀଙ୍କୁ ଡରାଉଥିଲେ। ସୂଚନାଯୋଗ୍ୟ, ଇଡି ସାହିବଗଞ୍ଜ ସହ ଅନ୍ୟ ଜିଲ୍ଲାରେ ଅବୈଧ ଖନନ ଏବଂ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା। ଯାହାପରେ ୧୯ ଜୁଲାଇରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ଫଙ୍କଜ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ପଙ୍କଜ ମିଶ୍ରାଙ୍କ ଉପରେ ଅବୈଧ ଖନନ ଦ୍ବାରା ୪୨ କୋଟି ଟଙ୍କାର ଅର୍ଥ ହେରଫେର(ମନି ଲଣ୍ଡ୍ରିଂ) ଅଭିଯୋଗ ରହିଛି। ପଙ୍କଜ ମିଶ୍ରାଙ୍କ ଗିରଫ ପରେ ଇଡି କହିଥିଲା ଯେ ରାଜ୍ୟରେ ୧୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ଅବୈଧ ଖନନ ହୋଇଥିଲା।

ସୂଚନାଯୋଗ୍ୟ,  ୬ ମେ ୨୦୨୨ ରେ ଇଡି ପ୍ରଥମ ଥର ଝାଡ଼ଖଣ୍ଡର ନିଲମ୍ବିତ ଖଣି ଏବଂ ଉଦ୍ୟୋଗ ସଚିବ ପୂଜା ସିଂଘଲଙ୍କ ଏବଂ ଅନ୍ୟ ଅଧିକାରୀଙ୍କ ସହ ୨୫ ଟି ଠିକଣାରେ ରେଡ୍ ହୋଇଥିଲା। ଏହି ସମୟରେ ପୂଜା ସିଙ୍ଘଲଙ୍କ ସ୍ବାମୀ ଅଭିଷେକ ଝା’ଙ୍କ ସିଏ ସୁମନ କୁମାରଙ୍କ ଘର ଏବଂ  କାର୍ଯ୍ୟାଳୟରୁ ୧୯ କୋଟିରୁ ଅଧିକ ନଗଦ ମିଳିଥିଲା। ଯାଞ୍ଚ ଆଗକୁ ବଢ଼ିଥିଲା ଏଥିରେ ଅବୈଧ ଖନନ ମାମଲା ସାମ୍ନାକୁ ଆସିଥିଲା । ୮ ଜୁଲାଇରେ ଇଡି ପଙ୍କଜ ମିଶ୍ରାଙ୍କ ଘରେ ସହ ୧୧ ସ୍ଥାନରେ ରେଡ୍ କରିଥିଲା। ଏହି ରେଡ୍ ରେ ୫ କୋଟି ଟଙ୍କାରୁ ଅଧିକ ନଗଦ ଜବତ ହୋଇଥିଲା। ୩୭ ବ୍ୟାଙ୍କ ଆକାଉଣ୍ଟରୁ ୧୧ କୋଟି ୩୭ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଇଡିର ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ ଦ୍ବାରା ଦସ୍ତଖତ କରାଯାଇଥିବା ଚେକ୍‌ବୁକ୍ ମଳିଥିବା ନେଇ କୁହାଯାଇଥିଲା। ଆଉ ଏବେ ଏହାକୁ ନେଇ ଇଡି ହେମନ୍ତ ସୋରେନଙ୍କୁ ସମନ ପଠାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଦ୍ବାରା ସମନ ଖବର ପରେ ଏବେ ବିରୋଧୀ, ବିଜେପି ପ୍ରତକ୍ରିୟାଶୀଳ ହୋଇଉଠିଛନ୍ତି।

Spread the love