ସାବଧାନ୍ ସୁନା ଧୋଇବା ବାହାନାରେ ବୁଲୁଛନ୍ତି ଲୁଟେରା ! ୨ ଜଣଙ୍କୁ କାବୁ କରି ବହେ ଛେଚିଲେ ଲୋକେ

ପିପିଲି : କଥାରେ ଅଛି ଚୋର ଯେତେ ଚତୁରତାର ସହ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ନିକଟସ୍ଥ ବାଲିପାଟଣା ଥାନା ଭଅଁରାଗଡ ଗ୍ରାମରେ । ଦୁଇ ଜଣ ବ୍ଯକ୍ତ ସୁନା ଅଳଙ୍କାର ସଫେଇ ଆଳରେ ମହିଳା ମାନଙ୍କ ଠାରୁ ଲୁଟ୍ କରୁଥିଲେ। ଯାହା ଗ୍ରାମବାସୀ ମାନେ ଜାଣିବାପରେ ମାନଙ୍କୁ ଧରି ପାନେ ଦେଇଛନ୍ତି। ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିବା ସହ ନିର୍ଦ୍ଦୁମ ଛେଚିଲେ ଗ୍ରାମବାସୀ ।ଘଟଣାଟି ବାଲିପାଟଣା ଥାନା ଭଅଁରାଗଡ ଗ୍ରାମର। ଦୁଇ ଜଣ ବ୍ୟକ୍ତି ଗତକାଲି ଦିନ ପ୍ରାୟ ୧୦ଟା ରେ ପହଁଞ୍ଚିଥିଲେ ଗ୍ରାମରେ। ଆଉ ଟାର୍ଗେଟ କରିଥିଲେ ମହିଳା ମାନଙ୍କୁ । ଦୁଇ ଯୁବକଙ୍କ କଥାରେ ବିଶ୍ବାସ କରି ଗ୍ରାମର ନୟାନା ପାତ୍ର ଏବଂ ଅନ୍ୟ ମହିଳା ମାନେ ଆଣି ସୁନା ଅଳଙ୍କାର ସଫା କରିବା ପାଇଁ ତାଙ୍କୁ ଦେଇଥିଲେ।

ହେଲେ ସଫା କରିବା ବାହାନାରେ ଉଭୟ ସୁନା ଅଳଙ୍କାର ଲୁଟ୍ କରି ଫେରାର୍ ହୋଇଯିବାକୁ ଉଦ୍ଯମ କରିଥିଲେ। ହେଲେ ଚୋର ଘର କଣ ସବୁବେଳେ ଅନ୍ଧାର। ମହିଳା ମାନେ ଚୋରମାନଙ୍କ ଯୋଜନାକୁ ଜାଣିପାରି ତୁରନ୍ତ ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଦୁଇ ଦୁବୃତ୍ତ ଫେରାର ହେବା ବେଳେ ଭଅଁରାଗଡ ନଦୀ ବନ୍ଧରେ ଗ୍ରାମବାସୀ ମାନେ ଉଭୟଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।

ଖାଲି କାବୁ କରିନଥିଲେ ଉତ୍ତମ ମଧ୍ୟମ ମଧ୍ଯ ଦେଇଥିଲେ । ପରେ ବାଲିପାଟଣା ପୋଲିସ୍ ଏମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ କରୁଛି । ଏମାନଙ୍କ ବାଇକ୍ କୁ ମଧ୍ୟ ଜବତ କରିଛି ପୋଲିସ୍ । ଦୁଇ ଦୁବୃତ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମର ପ୍ରଶାନ୍ତ ସାହୁ ଏବଂ ନିତ୍ୟାନନ୍ଦ ସାହୁ । ବାଲିପାଟଣା ଥାନା ଅଂଚଳରେ ଗତ କିଛି ମାସ ପୂର୍ବରୁ ଅଭିନବ ଭାବେ ସୁନା ଅଳଙ୍କାର ଲୁଟ୍ ହୋଇଥିଲା ।

ତେବେ ଏଭଳି ଅନେକ ବ୍ଯକ୍ତି ମନ୍ଦ ଉଦେଶ୍ଯ ନେଇ ଆପଣଙ୍କ ଚାରିପାଖରେ ବୁଲୁଛନ୍ତି, ଯେଉଁମାନେ କି ଅନେକ ଲୋକଙ୍କୁ ବୋକା ବନାଇ ଲୁଟ୍ କରୁଥିବାବେଳେ କିଛି ଏମିତି ଧରାପଡି ମାଡ ଗୁଡାଏ ଖାଉଛନ୍ତି । ତେଣୁ ଅଚିହ୍ନା ବ୍ଯକ୍ତିଙ୍କ କଥାରେ ନପଡି ନିଜ ବୁଦ୍ଧିରେ କାମ କରନ୍ତୁ । ନହେଲେ ଆପଣବି ଏମାନଙ୍କ ଶିକାର ହୋଇପାରନ୍ତି ।

Spread the love