ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

ଚୌଦ୍ୱାର, ୧୯।୦୧: ଚୌଦ୍ୱାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇଯାଇଛନ୍ତି । ଜୁଏଲାରୀ ଦୋକାନର ମାଲିକ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତଙ୍କୁ କଟକ ବଡ଼ ମେଡିକାଲ ପଠାଇଥିବା ସୂଚନା ମିଳିଛି ।

Spread the love