ଗହଣା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଜଳେଶ୍ୱର ୦୫/୦୯: ରାତିରେ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ। ନଗଦ ୫ରୁ ୬ ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଦର୍ବୃତ୍ତମାନେ ଲୁଟିନେଇଛନ୍ତି। ପୋଲିସର ତଦନ୍ତ ଜାରୀ। ଖବର ଅନୁସାରେ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଚୋରି, ରାହାଜାନୀ, ନିଶା କାରବାର  ବଢିବାରେ ଲାଗିଛି। ଏନେଇ ପୋଲିସ ନିଷ୍କ୍ରିୟତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପ୍ଟେମ୍ୱର ୪ ବିଳମ୍ବିତ ରାତିରେ ବାଲିକୁଟୀ ଗାଁର ଗହଣା ବ୍ୟବସାୟୀ ସୁଧାଂଶୁ ପାତ୍ରଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ୫ ରୁ ୬ଜଣ ଦୁର୍ବୃତ୍ତ ତାଙ୍କ ଘର କାନ୍ଥ ଭାଙ୍ଗିଥିଲେ।

ପରେ ସମାନେ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ନଗଦ ୫ରୁ ୬ଲକ୍ଷ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଇଛନ୍ତି। ଚୋରି ନେଇ ପରିବାର ପକ୍ଷରୁ  ଆଜି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ବାଲିଆପାଳ ଥାନାଧିକାରୀଙ୍କ ସହିତ ସାଇଣ୍ଟିଫିକ ଟିମ୍‌ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ବାଲିଆପାଳ ଥାନା  ଆଇଆଇସି ପର୍ଶୁରାମ ସାହୁଙ୍କ ବଦଳି ପରେ ଗୋଟିଏ ମାସ ଭିତରେ ବାଲିଆପାଳ ଥାନା ଅଞ୍ଚଳରେ ଡକାୟତି ଏବଂ ନିଶା କାରବାର ବଢିବାରେ ଲାଗିଛି।

Spread the love