କୁକୁଡ଼ା ଲଢେଇ ବେଳେ ଚଢାଉ, ୨୬ ଅଟକ

ସୁନ୍ଦରଗଡ ୨୫।୦୯: ସୁନ୍ଦରଗଡ଼ ରାଜଗାଙ୍ଗପୁର ପୋଲିସକୁ ସଫଳତା । କୁକୁଡ଼ା ଲଢେଇ ଚାଲୁଥିବା ବେଳେ କଲା ଚଢାଉ । ଘଟଣାସ୍ଥଳରୁ ୨୬ଜଣଙ୍କୁ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଖବର ଅନୁଯାୟୀ, ରାଜଗାଙ୍ଗପୁର ଥାନା ଲୁହାଖାନରେ କୁକୁଡ଼ା ଲଢେଇ ଚାଲିଥିଲା । ଏନେଇ ରାଜଗାଙ୍ଗପୁର ପୋଲିସ ଖବର ପାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଚଢାଉ କରି ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଥିଲା । ୨୬ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେହିପରି ଘଟଣାସ୍ଥଳରୁ ୧୫ରୁ ଅଧିକ ବାଇକ, ୧୯ଟି ମୋବାଇଲ ଏବଂ କୁକୁଡ଼ାକୁ ଜବତ କରିଛି । ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଆସି ଏଠାରେ କୁକୁଡ଼ା ଲଢେଇ କରୁଥିବା ଜଣାପଡିଛି ।

Spread the love