ଆଜି ଦେଖାଯାଉଛି ସୁପର ବ୍ଲୁ ମୁନ୍, ଏହା କଣ ଜାଣନ୍ତୁ

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖ ବୁଧବାର ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଆକାଶରେ ଚନ୍ଦ୍ରର ଆକାର ଟିକିଏ ବଡ଼ ଦେଖାଯିବ । ଏହାକୁ ସୁପର ବ୍ଲୁ ମୁନ କୁହାଯାଏ ।  ସାଧାରଣତଃ ଚନ୍ଦ୍ର ଯେତେବେଳେ ନିଜ କକ୍ଷପଥରେ ପୃଥିବୀର ନିକଟତମ ବିନ୍ଦୁ ରେ ପହଞ୍ଚିଥାଏ, ସେତେବେଳେ ଏହାକୁ ସୁପରମୁନ୍ କୁହାଯାଏ । ପୃଥିବୀଠାରୁ ଚନ୍ଦ୍ ହାରାହାରି ପ୍ରାୟ ୨,୨୬,୦୦୦ ମାଇଲ ଦୂର ଥାଏ । କିନ୍ତୁ ଆଜି ଟିକିଏ ପାଖେଇ ଆସି ୨,୨୨,୦୪୩ ମାଇଲ ଦୂରରେ ରହିଛି । ଏଣୁ ଚନ୍ଦ୍ର ଅନ୍ୟ ପୂର୍ଣ୍ଣିମାର ଚନ୍ଦ୍ର ତୁଳନାରେ ପ୍ରାୟ ୭ ପ୍ରତିଶତ ବଡ଼ ଦେଖାଯାଉଛି । ତେବେ ଚନ୍ଦ୍ରର ଆକାରରେ ଆପଣ ବିଶେଷ ଫରକ ଜାଣିପାରିବେ ନାହିଁ, ତେବେ ଚନ୍ଦ୍ର ଟିକିଏ ଅଧିକ ଉଜ୍ଜଳ ଦେଖାଯାଏ । ତଥାପି, ଏହା ଏକ ମଜାଦାର ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାବେ ଗଣାଯାଏ ।

ନାସାର ଅବସରପ୍ରାପ୍ତ ଜ୍ୟୋତିର୍ବିଜ୍ଞାନୀ ଫ୍ରେଡ୍ ଆସ୍ପେଙ୍କଙ୍କ କହିବା ଅନୁଯାୟୀ, ଏହି ସୁପରମୁନ୍ ପ୍ରାୟ ୨,୨୨,୦୪୩ ମାଇଲ ଦୂରରେ ରହିବ। ସୁପରମୁନ୍ ଏକ ନୂଆ ଶବ୍ଦ। ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲ୍ ୧୯୭୯ ମସିହାରେ ଏହି ଶବ୍ଦର ପ୍ରୟୋଗ କରିଥିଲେ ।

ସୁପରବ୍ଲୁ ମୁନ  ଦେଖାଯିବା ଏକ ବିରଳ ଘଟଣା । ପ୍ରତି ୧୦ରୁ ୨୦ ବର୍ଷରେ ବ୍ଲୁ ସୁପରମୁନ୍ ଦେଖାଯାଏ। ନାସା ଅନୁଯାୟୀ ପରବର୍ତ୍ତୀ ବ୍ଲୁ ସୁପରମୁନ୍ ୨୦୩୭ରେ ଦେଖାଯିବ । ବୁଧବାର ହେଉଛି ଚଳିତ ମାସର ଦ୍ବିତୀୟ ପୂର୍ଣ୍ଣିମା। ପ୍ରଥମ ସୁପରମୁନ୍ ଚଳିତ ମାସ ପହିଲାରେ ହୋଇଥିଲା ।

Spread the love