ଦେଶଦ୍ରୋହ ଆଇନ ମାମଲା: ‘ଏଫ୍‌ଆଇଆର୍‌’ ପଞ୍ଜୀକରଣକୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଆଜି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ସୁପ୍ରମ୍‌ କୋର୍ଟଙ୍କୁ କହିଛନ୍ତି ଉପଯୁକ୍ତ କାରଣ ଅଛି ବୋଲି ଯଦି ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପାହ୍ୟାର ଅଧିକାରୀ କହନ୍ତି, ତେବେ ଯାଇ ଦେଶଦ୍ରୋହ ଅଭିଯୋଗର ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇ ପାରିବ।  ଦେଶଦ୍ରୋହ ଆଇନ ମାମଲା ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟଙ୍କୁ ସେ ଆହୁରି ମଧ୍ୟ କହିଛନ୍ତି, ଆଇନର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଚିଠା ପ୍ରସ୍ତୁତ କରିଛନ୍ତି।କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ ପୁନର୍ବିଚାର ପ୍ରକ୍ରିୟା କରୁଛନ୍ତି ବୋଲି ଗତକାଲି ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ। ମେହେଟା ଯୁକ୍ତି ବାଢ଼ିଥିଲେ, ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ତଦନ୍ତ ଉପରେ ରହିତାଦେଶ ଜାରି କରିବା ଅନୁଚିତ। ନ୍ୟାୟିକ କର୍ତ୍ତୃପକ୍ଷଙ୍କର ଜଣେ ଦାୟିତ୍ବସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କଦ୍ବାରା ମାମଲାର ଯାଞ୍ଚ କରାଯାଉ।ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡ଼ିରହିଥିବା ମାମଲାଗୁଡ଼ିକ ବିଷୟରେ କହିବାକୁ ଯାଇ ସେ କହିଲେ, ଏହା ହେଉଛି ଗୋଟାଏ ଧର୍ତ୍ତବ୍ୟ ଅପରାଧ। ପଡ଼ିରହିଥିବା ପ୍ରତି ଅପରାଧର ଗୁରୁତ୍ବ ବିଷୟରେ ଆମେ ଜାଣିନାହୁଁ। ଆତଙ୍କବାଦ, କଳାଟଙ୍କା ଧଳା କରିବା ଅଥବା ଅନ୍ୟ କୌଣସି ଅପରାଧ ଥାଇ ପାରେ।

 

Spread the love