କୋଭିଡ଼ ମୃତ୍ୟୁ କ୍ଷତିପୂରଣର ସମୟ ଧାର୍ଯ୍ୟ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କୋରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରକୁ କ୍ଷତିପୂରଣ ଅର୍ଥ ଦେବାକୁ  ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି ।

ଗତମାର୍ଚ୍ଚ ୨୦ ତାରିଖରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ୨୦ ତାରିଖ କିମ୍ବା ତା ପୂର୍ବରୁ କୋଭିଡରେ ମୃତ୍ୟୁ ହୋଇଥିଲେ ସେମାନଙ୍କ ପରିବାର କୋଭିଡ ସହାୟତା ପାଇଁ ମୃତ୍ୟୁର ୬୦ ଦିନ ଭିତରେ କ୍ଷତିପୂରଣ ଲାଗି ଆବେଦନ କରିପାରିବେ । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମାର୍ଚ୍ଚ ୨୦ ତାରିଖ ପରେ ଘଟିଥିଲେ ୯୦ ଦିନ ଭିତରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ଆବେଦନର ୩୦ ଦିନ ଭିତରେ କ୍ଷତିପୂରଣ ମିଳିବ । ତେବେ ଯେଉଁମାନେ ଧାର୍ଯ୍ୟ ସମୟ ଭିତରେ ଆବେଦନ ନ କରି ପାରିଥିଲେ ସେମାନେ ଅଭିଯୋଗ ସମାଧାନ କମିଟି ନିକଟରେ ବିଳମ୍ବିତ ଆବେଦନ ଦାଖଲ କରିପାରିବେ । ବିଳମ୍ବିତ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ ।

ସେହିପରି ଜାଲ ଆବେଦନକାରୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୨ ଅନୁସାରେ ଦଣ୍ଡିତ କରାଯିବ । ଏଥିରେ ୨ ବର୍ଷ ଜେଲ ଓ ଜରିମାନା ବ୍ୟବସ୍ଥା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି । ପ୍ରତ୍ୟେକ କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ।

Spread the love