ଗୁଜରାଟ ଦଙ୍ଗାରେ ଦୋଷୀଙ୍କୁ ଛାଡ କରିବା ଉପରେ ବିଲକିସଙ୍କ ଆବେଦନ

ଗୁଜରାଟ ଦଙ୍ଗା ମାମଲାରେ ଦୋଷୀଙ୍କୁ ଛାଡ କରିବା ପରେ ବିଲକିସ୍ ବାନୋ ଏହି ମାମଲାର ପୁନଃବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ବିଲକିସଙ୍କ ଆବେଦନକୁ ଖାରାଜ କରିଦେଇଛନ୍ତି । ୨୦୨୨ ମେ ମାସରେ ଜଷ୍ଟିସ ଅଜୟ ତ୍ୟାଗୀ ଜଣେ ଦୋଷୀଙ୍କ ଆବେଦନ ଉପରେ ନିର୍ଦ୍ଦେଶ ଦେଇଥିଲେ କି ଗୁଜରାଟ ସରକାର ୧୯୯୨ ର ଦୋଷମୁକ୍ତ କରିବା ନୀତି କ୍ରମରେ ବିଲକିସ୍ ବାନୋଙ୍କ ଦୋଷୀଙ୍କ କ୍ଷେତ୍ରରେ ବିଚାର କରାଯାଇପାରେ । ହେଲେ ବିଲକିସ୍ ବାନୋ ଅଭିଯୋଗ କରିଥିଲେ କି ତାଙ୍କ ମାମଲାର ପୁରା ଟ୍ରାଏଲ ମହାରାଷ୍ଟ୍ର କୋର୍ଟରେ ଚାଲିଥିଲା ତେଣୁ ମହାରାଷ୍ଟ୍ରର ଦୋଷମୁକ୍ତି ନୀତି କ୍ରମରେ ଏଭଳି ଜଘନ୍ୟ ଅପରାଧୀମାନଙ୍କୁ ୨୮ ବର୍ଷ ଜେଲ ଦଣ୍ଡ ମିଳିଥାଏ । ହେଲେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ କି ବିଚାର ଯେଉଁ ରାଜ୍ୟରେ ବି ହେଉ କିନ୍ତୁ ଅପରାଧ ଯେଉଁ ରାଜ୍ୟରେ ଘଟିଛି ଦୋଷୀଙ୍କ କ୍ଷେତ୍ରରେ ସେହି ରାଜ୍ୟର ନିୟମ ଲାଗୁ ହେବ । ଏହାପରେ ଗୁଜରାଟ ସରକାର କୋର୍ଟଙ୍କ ଆଦେଶ ଉପରେ କାମ କରିଥିଲେ । ଏହି ଆଦେଶ କ୍ରମରେ ଗୁଜରାଟ ସରକାର ରିମଶନ ପଲିସିକୁ ଧ୍ୟାନରେ ରଖି ବିଲକିସ୍ ବାନୋଙ୍କ ମାମଲାରେ ସମସ୍ତ ଦୋଷୀଙ୍କୁ ଦୋଷମୁକ୍ତ କରିବାକୁ ନିଷ୍ପତ୍ତି ଶୁଣାଇଥିଲେ ।

Spread the love