ଅନାସ୍ଥା ପ୍ରସ୍ତାବ ଓ ସଂସଦ ଭଙ୍ଗର ଆଇନଗତ ବୈଧତା ମାମଲାର ହେବ ସୁପ୍ରିମ ଶୁଣାଣି

ଇସଲମାବାଦ: ଆଜି ଅନାସ୍ଥା ପ୍ରସ୍ତାବ ଓ ସଂସଦ ଭଙ୍ଗର ଆଇନଗତ ବୈଧତା ମାମଲାର ହେବ ସୁପ୍ରିମକୋର୍ଟର ଶୁଣାଣି ।  ସରକାରଙ୍କୁ ଭାଙ୍ଗିବା ଷଡ଼ଯନ୍ତ୍ର ବିରୋଧରେ ଧାରଣ ଦେଇଛନ୍ତି କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ସେପଟେ ଜାତୀୟ ନିରାପତ୍ତା ପରାମର୍ଶଦାତା ମୋୟିଦ ୟୁସୁଫ ଅଢେଇ ବର୍ଷର କାର୍ଯ୍ୟକାଳ ପରେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇବା ସହ ଦେଶ ଲାଗି କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି। ସେ ଜାତୀୟ ନିରାପତ୍ତା ପରାମର୍ଶଦାତା କାର୍ଯ୍ୟାଳୟ, ଜାତୀୟ ନିରାପତ୍ତା ପରିଷଦ ବିଭାଗ, କୌଶଳଗତ ନୀତି ପ୍ଲାନିଂ ସେଲର ଗୁରୁତ୍ବ ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି ।

ଏହାସହ ଦେଶର କାମଚଳା ପ୍ରଧାନମନ୍ତ୍ରୀ ପଦ ଲାଗି ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ସୁପାରିସ କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତକାଲି ନିର୍ବାଚନ ଶେଷ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାରଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ଆରିଫ ଆଲଭିଙ୍କୁ ସୁପାରିସ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଲାଗି ନାମ ସୁପାରିସ କରିବାକୁ ରାଷ୍ଟ୍ରପତି ଉଭୟ ଇମ୍ରାନ ଓ ସଂସଦର ବିରୋଧୀ ଦଳ ନେତା ସେହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ରାଷ୍ଟ୍ରପତିଙ୍କ ଚିଠି ଆଧାରରେ ଇମ୍ରାନ ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାରଙ୍କ ନାମ ସୁପାରିସ କରିଛନ୍ତି।

Spread the love