ନ୍ୟାୟିକ ପ୍ରକ୍ରିୟାରେ ନିଯୁକ୍ତି ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, କଲେଜିୟମ ପ୍ରସ୍ତାବିତ ତାଲିକାକୁ ମିଳୁନି କେନ୍ଦ୍ର ମଞ୍ଜୁରୀ

ନୂଆଦିଲ୍ଲୀ: ନ୍ୟାୟିକ ପ୍ରକ୍ରିୟାରେ ବିଚାରପତି ନିଯୁକ୍ତି ବିଲମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କଲେଜିୟମର ସୁପାରିସ୍ ସତ୍ତ୍ବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରିପତି ନିଯୁକ୍ତିରେ ବିଳମ୍ବ ହେଉଛି । କେନ୍ଦ୍ର ସରକାର ପକ୍ଷରୁ ଶୀଘ୍ର ମଞ୍ଜୁରୀ ମିଳୁନଥିବା କହିଛନ୍ତି କୋର୍ଟ । ନିଯୁକ୍ତି ନେଇ ସରକାରଙ୍କୁ ୧୦ ଜଣିଆ ବିଚାରପତିଙ୍କ ତାଲିକା କେଲଜିୟମ ଦେଇଥିବା ଦୋହରାଇଛନ୍ତି । ଏହାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ଜବାବ ତଲବ ମଧ୍ୟ କରିଛନ୍ତି । ତଥାପି କେନ୍ଦ୍ର ମଞ୍ଜୁରୀ ମିଳୁନଥିବା କହିଛନ୍ତି କୋର୍ଟ ।

ଶନିବାର କଲେଜିୟମ ଦ୍ବାରା ପ୍ରସ୍ତାବିତ ବିତାରପତି ତାଲିକାକୁ କେନ୍ଦ୍ର ସରକାର ମଞ୍ଜୁରୀ ବିଳମ୍ବ ନେଇ ଏକ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଇନଜୀବୀ ବିକାଶ ସିଂହ କହିଛନ୍ତି ବିଚାରପତି ଭାବେ ନିଯୁକ୍ତି ପାଇଁ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ନାଁ ୫ ସପ୍ତାହ ହେଲା ଦିଆଗଲାଣି, ହେଲେ ଏଯାଏଁ ମଞ୍ଜୁରୀ ମିଳିନାହିଁ । ସେହିପରି ସଞ୍ଜୟ କୌଲ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ହାଇକୋର୍ଟରେ ନ୍ୟାୟମୂର୍ତ୍ତି ନିଯୁକ୍ତି ନେଇ ୨୦୨୧ରୁ କଲେଜିୟମ ନିର୍ଦ୍ଦେଶ ପାରିତ କରିଥିଲେ । ଏନେଇ ସମୟ ଧାର୍ଯ୍ୟ ମଧ୍ୟ କରାଯାଇଥିଲା। ହେଲେ କେନ୍ଦ୍ରର ମଞ୍ଜୁରୀ ମିଳିଲା ନାହିଁ । ତେବେ ନ୍ୟାୟିକ ନିଯୁକ୍ତି ପ୍ରକ୍ରିୟାରେ ବିଲମ୍ବ ମାନେ କଲେଜିୟମଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଘଂନ କରିବା ସହିତ ସମାନ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାରଙ୍କ ନିକଟରେ ୧୧ଟି ମାମଲା ପଡ଼ିଛି । ଯେଉଁଥିରେ କଲେଜିୟମଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବିତ ବିଚାରପତି ତାଲିକା ମଧ୍ୟ ରହିଛି । ଏହାର ପୂନର୍ବିଚାର ମଧ୍ୟ ହୋଇଥିଲା, ହେଲେ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିନାହିଁ ।  ଯାହା ଫଳରେ ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

Spread the love