ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ରୋକଠୋକ ମନା କରିଦେଲେ ସୁପ୍ରିମକୋର୍ଟ

ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । ଯେତେ ସୁରକ୍ଷା ଦରକାର ସେତିକି ମୁତୟନ କରିବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଶୁଣାଣି ପରେ ଯେତେ ସୁରକ୍ଷା ଦରକାର ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓକିଲଙ୍କ ସହ ବିନମ୍ରତାର ସହ କୌଣସି କଥାବାର୍ତ୍ତା କରିବା ଆବଶ୍ୟକ ନାହିଁ । ଓକିଲଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ପୋଲିସକୁ ମଧ୍ୟ ସମାଲୋଚନା କଲେ ସୁପ୍ରିମ୍‌କୋର୍ଟ । ଏହା ପୋଲିସର ସମ୍ପୂର୍ଣ୍ଣ ବିଫଳତା ଥିଲା ସୁପ୍ରିମ୍‌କୋର୍ଟ କହିଛନ୍ତି । ଘଟଣାର ପୂନରାବୃତ୍ତି ନ ହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଡିଜିପି ଓ ସମ୍ବଲପୁର ଆଇଜି । ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ବ୍ୟକ୍ତିଗତ ଦାୟିତ୍ୱ ବୋଲି ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲେ । ଆନ୍ଦୋଳନର ସ୍ଥିତି ଉପରେ ନଜର ରଖିବେ ବୋଲି ଡିଜିପି କହିଛନ୍ତି । ବାର୍‌ର ସବୁ ସଦସ୍ୟଙ୍କୁ ନୋଟିସ ଜାରି କରାଯିବ । ଅଲଗା ଜାଗାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା କରିବାର ପ୍ରଶ୍ନ ଉଠୁନାହିଁ କି ଆଶା ବି ନାହିଁ । ଯାହା ଆଶା ଥିଲା ତାହା ଓକିଲଙ୍କ ବ୍ୟବହାର ପାଇଁ ମଉଳିଗଲା । ଡିଜିପିଙ୍କ ରିପୋର୍ଟ ଆମର ହସ୍ତଗତ ହୋଇଛି ।

ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନ ବେଞ୍ଚ୍‌ ସ୍ଥାପନର ପ୍ରାସଙ୍ଗିକତା ରଖୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର ହେଉଛି । ସେଣ୍ଟ୍ରାଲ ଆକ୍ସନ୍‌ କମିଟି କେବଳ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଆମେ ତାଙ୍କ ପ୍ରସ୍ତାବକୁ ଖାରଜ କରୁଛୁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ସେମାନେ ଆନ୍ଦୋଳନକୁ ବିନା ସର୍ତ୍ତରେ ପ୍ରତ୍ୟାହାର କରିବା ଦରକାର । ‘କୌଣସି ଜିଲ୍ଲା କୋର୍ଟରୁ ଏବେ ହାଇକୋର୍ଟରେ ମାମଲା ରୁଜୁ ହୋଇପାରିବ’। ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ଆମେ ତାଙ୍କୁ କୌଣସି ନିର୍ଦ୍ଦେଶ ଦେବା ଦରକାର ନାହିଁ ବୋଲି କହିଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରହିବା ଦରକାର। ଶାନ୍ତିଶୃଙ୍ଖଳା ସହ କୋର୍ଟ କାମ ଚାଲିବା ଆବଶ୍ୟକ।

Spread the love