ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ଚାଷୀଙ୍କ ବଡ଼ ବିଜୟ ହୋଇଛି: ପ୍ରଶାନ୍ତ ଭୂଷଣ

ପୁରୀ/ଭୁବନେଶ୍ବର: ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପୁରୀରେ ଆସନ୍ତା ୯ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଦିନିକିଆ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି। ଏଠାରେ ପ୍ରଶାନ୍ତ ଭୂଷଣଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ସେ କହିଛନ୍ତି, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷରେ ଚାଷୀଙ୍କ ବିଜୟ ହୋଇଛି। ଓଡ଼ିଶା ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ, କୋଣାର୍କ ବେଳାଭୂମି ଅଞ୍ଚଳରେ ପ୍ରାୟ ୬ହଜାର ଏକର ଚାଷଜମୀ ଅତି କମ୍ ମୂଲ୍ୟରେ ଅଧିଗ୍ରହଣ କରିଥିଲେ। ଏହାଦ୍ୱାରା ୬ହଜାର ପରିବାର ଓ ୩୦ ହଜାର ଲୋକେ ସିଧାସଳଖ ପ୍ରଭାବିତ ହୋଇଥିଲେ।

 

Spread the love