ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ଆଜି ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ମାଣ୍ଡତି ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଦାବି କରିଥିଲେ।ତାଙ୍କ ଦାବିକୁ ସେକ୍ରେଟାରୀ ଜେନେରାଲ, ଲୋକ ସଭା ସଂସଦ ଭବନର ରିଟର୍ଣ୍ଣିଂ ଅଫିସର ଖାରଜ କରିଦେଇଥିଲେ। ଏନେଇ ମାଣ୍ଡତି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି କହିଥିଲେ ଯେ, ଏଥିରେ କୋର୍ଟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ତେଣୁ ଏହାକୁ ଖାରଜ କରାଯାଉଛି।ଅବକାଶ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଆବେଦନକାରୀଙ୍କ ପିଟିଶନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଅଧିନିୟମ ୧୯୫୨ର ଧାରା ୫-ବି-୧-ଏ ରେ ପରିକଳ୍ପିତ ଆବଶ୍ୟକତାର ଅନୁପାଳନ କରୁ ନାହିଁ। ଖଣ୍ଡପୀଠ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।

Spread the love