ବିଧାନସଭାରେ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ସୁର ରାଉତରାୟଙ୍କ ପ୍ରଶଂସା

କିଟ ବିଶ୍ୱବିଦ୍ୟାଳୟର ପଦକ୍ଷେପକୁ ପୁଣିଥରେ ପ୍ରଶଂସା କଲେ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ। ଆଞ୍ଚଳିକ ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଛନ୍ତି ବିଧାୟକ। ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପଦକ୍ଷେପକୁ ସେ ଭୁୟସୀ ପ୍ରଶଂସା କରିଛନ୍ତି।ଆଜି ବିଧାନସଭାରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ସେ ଏହି ପ୍ରଶଂସା କରିଛନ୍ତି।

ପୂର୍ଵରୁ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ଏକ bill ଆଲୋଚନାରେ ଭାଗ ନେଇ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରସଙ୍ଗ ଉଠାଇ ଗୃହରେ କିଟ ବିଶ୍ୱବିଦ୍ୟାଳୟର ପ୍ରଶଂସନୀୟ ପଦକ୍ଷେପ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ବିଧାୟକ ସୁରେଶ ରାଉତରାୟ।ସେହିପରି ପୂର୍ଵରୁ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ କିଟ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ। କିଟ ବିଶ୍ୱବିଦ୍ୟାଳୟ ନିଜ ଉଦ୍ୟମରେ ଜାତୀୟ ସ୍ତରର ପ୍ରତିଭା ତିଆରି କରି ପାରୁଛନ୍ତି ବୋଲି କହିଥିଲେ।

Spread the love