ଅମିତ ଶାହଙ୍କୁ ଗିରଫ କରାଯାଉ: ସୁର

ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି।ସେପଟେ ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ ଆହୁରି ୫ ବର୍ଷ ଲାଗିବ ବୋଲି କହି କଟାକ୍ଷ କରିଛି ବିଜେପି। ଆଉ ବିଜେଡି କହିଛି, ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ଦଳୀୟ କାର୍ଯ୍ୟକ୍ରମ କଲେ ଆମର କିଛି କହିବାର ନାହିଁ।ଆସନ୍ତାକାଲି ଅପରାହ୍ନରେ ହେବାକୁ ଥିବା ଏହି ଡିଜିଟାଲ ରାଲିରେ ୩୭ ହଜାର ବୁଥ୍‌କୁ ଯୋଡିବାକୁ ଉଦ୍ୟମ କରିବ ବିଜେପି। ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଅମିତ୍ ଶାହା ରହିବେ। ଆତ୍ମନିର୍ଭର ସମ୍ପର୍କରେ ଅମିତ୍ ଶାହ କହିବେ ଏବଂ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଓ ଅନୁଦାନ ବିଷୟରେ ମଧ୍ୟ କହିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Spread the love