ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ-୨୦୨୧, ବ୍ରହ୍ମପୁରର ଅମ୍ବିକା ପ୍ରସାଦ ପୁରସ୍କୃତ

ବ୍ରହ୍ମପୁର  ୨୯/୧୧ :  ଶ୍ରେଷ୍ଠ ଆତ୍ମ ସୁରକ୍ଷା ପ୍ରଶିକ୍ଷକ ଜାତୀୟ ପୁରସ୍କାର- ୨୦୨୧ରେ ପୁରସ୍କୃତ ହୋଇଛନ୍ତି ବ୍ରହ୍ମପୁରର ଅମ୍ବିକା ପ୍ରସାଦ ଦାସ । ଗତକାଲି ମୁମ୍ବାଇରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅମ୍ବିକା ପ୍ରସାଦଙ୍କୁ ସମ୍ମାନିତ କରାଯାଇଛି । ୨୦୧୯ରେ ସେ ଆରମ୍ବ କରିଥିବା ପ୍ରୋଜେକ୍ଟରେ ଅନେକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ମିଶନ ଲକ୍ଷ୍ୟ ପ୍ରୋଜେକ୍ଟ ମାଧ୍ୟମରେ ୨ ବର୍ଷ ମଧ୍ୟରେ ପ୍ରାୟ ୧୨୦୦ ଝିଅଙ୍କୁ ସେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇଥିବା କହିଛନ୍ତି ।

Spread the love