ପଛୁଆ ବର୍ଗଙ୍କୁ ପଛକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର : ସୁରଥ ବିଶ୍ୱାଳ

ଭୁବନେଶ୍ବର ୧।୧: ଓବିସି ସଂରକ୍ଷଣ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ରାଜ୍ୟର ପ୍ରତି ପଞ୍ଚାୟତରେ ଦସ୍ତଖତ ସଂଗ୍ରହ ଅଭିଯାନ କରିବ ଦଳ । ୮ ତାରିଖ ଯାଏଁ ସବୁ ବ୍ଲକ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ ଦଳ । ୫୦ ଲକ୍ଷ ଦସ୍ତଖତ ସଂଗ୍ରହ କରି ରାଜ୍ୟପାଳଙ୍କୁ ବି ପ୍ରଦାନ କରିବ ବୋଲି ବିଜେପି ଓବିସି ମୋର୍ଚ୍ଚା ସାମ୍ବାଦିକ ସମ୍ମଳନୀ କରି ଘୋଷଣା କରିଛି । ଓବିସି ବର୍ଗଙ୍କୁ ସମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିବା ସହ ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଦଳ ଚେତାବନୀ ଦେଇଛି ।ସେପଟେ ଜବାବରେ ବିଜେଡି କହିଛି ପଛୁଆ ବର୍ଗ ସଂରକ୍ଷଣ ଜାତୀୟ ସମସ୍ୟା । ରାଜ୍ୟ ସରକାର ଜନଗଣନା ବେଳେ ପଛୁଆବର୍ଗଙ୍କ ଗଣନା ଲାଗି ଏକ କଲମ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ହେଲେ କେନ୍ଦ୍ର ସରକାର ତାହା ଗ୍ରହଣ କଲେନି । କେନ୍ଦ୍ର ଚାହିଁଲେ ସମସ୍ୟା ସମଧାନ ହୋଇପାରିବକ୍ରମାଗତ ହୀନ ଷଡଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ରାଜ୍ୟ ସରକାର । ଶାସକ ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟୀତ୍ୱରୁ ଓହରି ଯିବା ସହିତ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ଆସୁଛନ୍ତି । ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥ କଥା ଆସିଲେ ରାଜ୍ୟ ସରକାର ପଛଘୁଂଚା ଦେବା ଅତ୍ୟନ୍ତ ଦାୟୀତ୍ୱହୀନତାର ପରିଚୟ । ବିଗତ କିଛି ଦିନର କାର୍ଯ୍ୟକଳାପରୁ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ଆନ୍ତରିକତାର ଅଭାବ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହିତ ଦ୍ୱନ୍ଦ ସୃଷ୍ଟି କରି ତାଙ୍କୁ ପଂଚାୟତ ନିର୍ବାଚନରେ ଭାଗିଦାରୀ ହେବାରୁ ବଂଚିତ ରଖିବାର ହୀନ ପ୍ରୟାସ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଆଳ ଦେଖାଇ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଂଚିତ କରାଇବାକୁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ । ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିବାବେଳେ ଓଡିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ । ୫୪ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର । ପୂର୍ବ ୫ଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣରେ ନିର୍ବାଚନ ହୋଇଥିବାବେଳେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ ? ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନର ଦାୟୀତ୍ୱ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ହୋଇଥିବାବେଳେ ଅନ୍ୟ ପଟେ ଦୋଷ ଲଦି ନିଜ ଦାୟୀତ୍ୱରୁ କାହିଁକି ଦୁରେଇ ଯାଉଛନ୍ତି ରାଜ୍ୟ ସରକାର ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଓବିସି ମୋର୍ଚ୍ଚା ତରଫରୁ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ । ରାଜ୍ୟରେ ଶାସକ ବିଜେଡିର ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ରାଜଧାନୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବିଜେପି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ବେି କ୍ଷାଭ ପ୍ରଦର୍ଶନ କରାଯାଇ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେସ୍ମାରକ ପତ୍ର ପ୍ରଦାନ କରାଯିବ । ଆଗାମୀ ଦିନରେ ଏହି ଅନ୍ଦୋଳନକୁ ପଂଚାୟତ ସ୍ତରକୁ ନିଆଯିବା ସହିତ ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନରେ ଓଡିଶାବାସୀଙ୍କ ମତାମତ ସଂଗ୍ରହ କରାଯାଇ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଜ୍ଞାନରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ ।

Spread the love