ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି : ସୁରେଶ ରାଉତରାୟ

ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି । ଜାଣିଶୁଣି ମତେ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ମୁଁ କେଉଁ ନେତାଙ୍କ ବିରୋଧରେ କିଛି କହିନାହିଁ । କାରଣ ଦର୍ଶାଅ ନୋଟିସର କାଲି ମୁଁ ଉତ୍ତର ରଖିବି । ଯଦି ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ମୁଁ ଆଉ କେବେ କଂଗ୍ରେସ ଭବନ ଆସିବି ନାହିଁ । କିଏ ମୋ ବିରୋଧରେ ଚକ୍ରାନ୍ତ କରିଛି, ମୁଁ ଜାଣିଛି । ମତେ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇ ମୋ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ପଦ୍ମପୁର ଉପ ନିର୍ବାଚନ ଫଳାଫଳକୁ ନେଇ ଦଳ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ନୋଟିସ ହୋଇଛି । ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି କଂଗ୍ରେସ ଶୃଙ୍ଖଳା କମିଟି।

Spread the love