ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ

ନୂଆଦିଲ୍ଲୀ ୦୮/୧୨ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ. ସୁରେଶ ଯାଦବଙ୍କର ପରଲୋକ ହୋଇଛି।ବୁଧବାର, ଡିସେମ୍ବର ୮ ସାୟଦ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନ ହେଲା ରୋଗାକ୍ରାନ୍ତ ଥିଲେ । କୋଭିଡ ଟୀକାର ତିଆରି ଗବେଷଣା ଓ ବିକାଶ କରିବା କ୍ଷେତ୍ରରେ ଡଃ ଯାଦଙ୍କ ଭୂମିକା ଅତୁଳନୀୟ ଥିଲା।

ସେ ପୁଣେର ବିଦର୍ଭରେ ଗାଁରେ ଜନ୍ମ ନେଇଥିଲେ। ନାଗପୁର ବିଶ୍ୱ ବିଦ୍ୟାଳୟରୁ ତାଙ୍କର ଉଚ୍ଚ ଶିକ୍ଷା ସମାପ୍ତ ହୋଇଥିଲା। ସେ ସାରା ବିଶ୍ୱରେ ତାଙ୍କର ପଦ ଚିହ୍ନ ଛାଡ଼ିଯାଇଛନ୍ତି। ଆଧୁନିକ ଔଷଧର ବିଭିନ୍ନ ପେଟେଣ୍ଟ ତିଆରି କରି ସେ ସାରା ବିଶ୍ୱକୁ ନୂତନ ଆଲୋକ ବର୍ତ୍ତିକା ଦେଖାଇଛନ୍ତି। ତାଙ୍କର ଭ୍ୟାକ୍ସିନ ଗବେଷଣା କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଥିଲା। ଔଷଧ ନିଗମ ଏହା ଶୁଣି ଶୋକ ପ୍ରକାଶ କରିବା ସହ ଭାରତୀୟ ଚିକିତ୍ସା କ୍ଷେତ୍ରରେ ଡଃ ସୁରେଶଙ୍କ ବିୟୋଗ ଏକ ଅପୁରଣୀୟ କ୍ଷତି ବୋଲି କହିଛି।

Spread the love