ବିସ୍ମୟ ଶିଶୁ ଶୁଭ୍ରାଂଶୁ

ରାୟଗଡା: କୁହାଯାଏ ପଙ୍କରେ ପଦ୍ମ ଫୁଟେ ଠିକ ସେମିତି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଭାମିନୀ ସ୍ଥିତ ଦ୍ଵିତୀୟ ଆଇଆରବି ଏନ କ୍ୟାମ୍ପରେ କାର୍ଯ୍ୟରତ ହାବିଲଦାର ସୁଶାନ୍ତ କୁମାର ରାଉତଙ୍କ ପୁଅ ଶୁଭ୍ରାଂଶୁ ରାଉତ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଶୁଭ୍ରାଂଶୁଙ୍କ ବୟସ ମାତ୍ର ୨ ବର୍ଷ ୪ ମାସ ହୋଇଥିବା ବେଳେ ସେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ, ପଶୁପକ୍ଷୀ, ଫଳ, ଯାନବାହନ, ଶରୀରର ବିଭିନ୍ନ ଅଙ୍ଗପ୍ରତିଙ୍ଗ, ଜାତୀୟ ସଂଗୀତ, ଇଂରାଜୀ ଅକ୍ଷର, ସମସ୍ତ ବାକ୍ୟ ବିନିମୟ, ଜାତୀୟ ପତାକା ଚିହ୍ନ, ବିଭିନ୍ନ ରାଜ୍ୟର ରାଜଧାନୀ, ଶ୍ଳୋକ ସ୍ୱଳ୍ପ ସମୟ ମଧ୍ୟରେ କହି ପାରୁଛନ୍ତି।ଏଥିସହ ବିଭିନ୍ନ ପ୍ରକାର ଅଭିନୟ କରୁଛନ୍ତି। ତେଣୁ ତାଙ୍କୁ ଇଣ୍ଡିଆ ବୁକ୍ ଏଫ୍ ରେକର୍ଡସରେ ସ୍ଥାନ ଦିଆଯିବା ସହ ମେଡାଲ ପ୍ରଦାନ କରାଯାଇଛି। ଏନେଇ ଗତ ଜାନୁଆରୀ ମାସରେ ହରିୟାଣାରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତା ହୋଇଥିଲା। ଏଥିରେ ଶୁଭ୍ରାଂଶୁ କୃତିତ୍ୱ ହାସଲ କରିଥିଲେ।

ବିସ୍ମୟ ଶିଶୁ ଶୁଭ୍ରାଂଶୁ ଇଣ୍ଡିଆ ବୁକ୍ ଏଫ୍ ରେକର୍ଡସରେ ସ୍ଥାନ ପାଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସ୍ୱାଗତ କରାଯାଇଛି। ଶୁଭ୍ରାଂଶୁ ନିଜ ମା’ ଲଷ୍ମୀପ୍ରିୟା ବିଷୋୟୀଙ୍କ ଠାରୁ ଶିକ୍ଷା ନେଇ ଉକ୍ତ ପୁରସ୍କାର ପାଇବାରେ ସକ୍ଷମ ହୋଇ ପାରିଥିବା ବାପା କୁମାର ରାଉତ ପ୍ରକାଶ କରିଛନ୍ତି। ଆଜି ଭାମିନି ସ୍ଥିତ ଆଇଆରବି କ୍ୟାମ୍ପରେ ଦୁର୍ଗପତି ଦିଲ୍ଲୀପ କୁମାର ମହାପାତ୍ର ଶୁଭ୍ରାଂଶୁଙ୍କ ଏଭଳି ପ୍ରତିଭାର ପ୍ରଶଂସା କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଗକୁ ଆହୁରି ତାଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ଶୁଭ୍ରାଂଶୁଙ୍କ ମା ଲକ୍ଷ୍ମୀପ୍ରିୟା ବିଷୋୟୀ କହିଛନ୍ତି।

Spread the love