ସିଏସ୍‌ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି । ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା ।

Spread the love