ଆସନ୍ତାକାଲି ‘ରିଙ୍ଗ ଅଫ ଫାୟାର’; ଜାଣନ୍ତୁ ସୂର୍ଯ୍ୟୋପରାଗ ଲାଗିବା ଓ ଛାଡ଼ିବା ସମୟ

ନୂଆଦିଲ୍ଲୀ: ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟୋପରାଗ ବାରମ୍ବାର ହେଉଥିଲେ ବି ଏହାର ସୁପ୍ରଭାବ ଓ କୁପ୍ରଭାବ ପୃଥିବୀ ଉପରେ ରହିଛି ବୋଲି ଆମେ ଅସ୍ବୀକାର କରିପାରିବା ନାହିଁ। ଚଳିତବର୍ଷ ପ୍ରଥମ ସୂର୍ଯ୍ୟୋପରାଗ ଏପ୍ରିଲ୍‌ ୨୦ ତାରିଖରେ ଏବଂ ପ୍ରଥମ ଚନ୍ଦ୍ରଗ୍ରହଣ ମେ ୫ ତାରିଖରେ ଲାଗିଥିଲା। ଏବେ ଏହି ବର୍ଷ ‌ଶେଷରେ ଆହୁରି ୨ ଥର ଗ୍ରହଣ/ପରାଗ ଲାଗିବାକୁ ଯାଉଛି। ସେଥିରୁ ‌ଅକ୍ଟୋବର ୧୪ ବା ଅସନ୍ତାକାଲି ଲାଗିବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟ ହେବନାହିଁ। ଜ୍ୟୋତିଷଙ୍କ ମୁତାବକ, ଗୋଟାଏ ମାସରେ ଦୁଇଟା ଗ୍ରହଣ ବା ପରାଗ ଲାଗିବା ଆଦୌ ଭି ଶୁଭଙ୍କର ନୁହେଁ। ୨୦୨୩ ମସିହାରେ ସମୁଦାୟ ୨ଟି ଗ୍ରହଣ ଓ ୨ଟି ପରାଗ ରହିଛି। ୨ଟି ଗ୍ରହଣ ଓ ପରାଗ ସରି ଯାଇଥିବା ବେଳେ ବାକି ଥିବା ୨ଟି ଏହି ଆଶ୍ବିନ ମାସରେ ହିଁ ପଡ଼ିବ।

ବର୍ଷର ଏହି ସୂର୍ଯ୍ୟୋପରାଗକୁ ‘ରିଙ୍ଗ ଅଫ ଫାୟାର’ ବୋଲି କୁହାଯାଉଛି। ୨୦୧୨ ପରେ ପ୍ରଥମ ଥର ପାଇଁ ‘ରିଙ୍ଗ ଅଫ ଫାୟାର ସୂର୍ଯ୍ୟୋପରାଗ ’ର ଆଂଶିକ ଦୃଶ୍ୟ ଆଗାମୀ ଶନିବାର ଆମେରିକାର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟୋପରାଗ  ସନ୍ଧ୍ୟା ୦୪ଟା ୩୪ରେ ଆରମ୍ଭ ହୋଇ ରାତି ୦୨ଟା ୨୫ମିନିଟରେ ଶେଷ ହେବ। କିନ୍ତୁ ଭାରତରେ ଏହି ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବନାହିଁ।  ତେବେ ଏହି ଦୃଶ୍ୟକୁ ଭାରତ ସମେତ ଅନ୍ୟ ଦେଶର ଲୋକେ ଯଦି ଦେଖିବାକୁ ଚାହିଁବେ ସେମାନେ ନାସାର ଅଫିସିଆଲ ୟୁଟ୍ୟୁବ ଚାନେଲରେ ଦେଖି ପାରିବେ। ଏହି ଚାନେଲରେ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗର ସିଧାପ୍ରସାରଣ ଅକ୍ଟୋବର ୧୪ ସନ୍ଧ୍ୟା ୪ଟା ୩୦ରେ ଆରମ୍ଭ ହେବ।

Spread the love