ଆଜି ପୁଣି ରାଜଧାନୀ ଆକାଶରେ ଦେଖିବାକୁ ମିଳିଲେ ସୂର୍ଯ୍ୟକିରଣ ଟିମ୍

ଆଜି ପୁଣି ରାଜଧାନୀ ଆକାଶରେ ଦେଖିବାକୁ ମିଳିଛନ୍ତି ସୂର୍ଯ୍ୟକିରଣ ଟିମ୍। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂର୍ଯ୍ୟକିରଣ ଶୋ ପରେ ଆଜି ପୁନଶ୍ଚ ଏହାକୁ ଦେଖିବାକୁ ମିଳିଛି । ବେଶ୍ କିଛି ସମୟ ଧରି ବିମାନ ଗୁଡିକରାଜଧାନୀ ଆକାଶରେ ଭ୍ରମଣ କରିଥିଲା।

ତେବେ ସୂଚନା ଥାଉକି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ୧୮ରୁ ୨୦ମିନିଟର ସୂର୍ଯ୍ୟକିରଣ ଏୟାର ସୋ’ ହୋଇଥିଲା । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ଆକାଶରେ ସମରକଳା ଦେଖାଇଥିଲେ ବାୟୁସେନା ଟିମ୍‌। ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ଘଣ୍ଟା ପ୍ରତି ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ କଳାକୌଶଳ ପ୍ରଦର୍ଶନ କରିଥିଲେ । ଏୟାର ସୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରଙ୍କ ସହ ୧୫ ପ୍ଲାଟୁନ୍‌ ପୋଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ସେହିଭଳି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହି ସୋକୁ ବହୁତ ଲୋକ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ପାଖାପାଖି ୧୨ଶହ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା କରାଯାଇଥିଲା।

Spread the love