ରିଲିଜ୍‌ ହେଲା ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍

ମୁମ୍ବାଇ , ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି। ରୋହିତ୍‌ ଶେଟ୍ଟୀଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଏହି ଫିଲ୍ମରେ ଅକ୍ଷୟ ପୁଲିସ୍‌ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି। ଟ୍ରେଲର୍‌ରେ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କୁ ବି ଦେଖିବାକୁ ମଳିଛି।

ଟ୍ରେଲର୍‌ରେ ପ୍ରଥମେ ଅଜୟ ଦେବଗନଙ୍କ ଭଏସ୍‌ ଆସିଛି। ସେ ଅକ୍ଷୟଙ୍କ ବିଷୟରେ କହୁଛନ୍ତି । ଏହାପରେ ଅକ୍ଷୟ ହେଲିକପ୍ଟର୍‌ରେ ଧମାକେଦାର୍‌ ଏଣ୍ଟ୍ରି କରୁଛନ୍ତି। ଅକ୍ଷୟ ମୁମ୍ବାଇ ଆତଙ୍କବାଦୀ ହମଲା ଉପରେ କାମ କରିବାକୁ ଆସିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଛି। ଟ୍ରେଲର୍‌ର ଶେଷ ଆଡ଼କୁ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କର ମଧ୍ୟ ଜବରଦସ୍ତ ଏଣ୍ଟ୍ରି ହୋଇଛି। ଦର୍ଶକ ଟ୍ରେଲର୍‌କୁ ବେଶ୍ ପସନ୍ଦ କରୁଛନ୍ତି। ସୋଶାଲ୍‌ ମିଡିଆରେ ଏବେ ଏହା ଭାଇରାଲ୍‌ ହେଉଛି।

 

Spread the love