ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଡ୍ରଗ୍ ମାମଲାରେ ରିଆଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ସହ ଜଡ଼ିତ ଡ୍ରଗ୍ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର ୨୦୨୨ରେ ଜାମିନ ମିଳିଥିଲା। ଏହି ଜାମିନକୁ ଚାଲେଞ୍ଜ କରିଥିଲା ସିବିଆଇ। ସିବିଆଇ ଆଜି ଏହି ଚାଲେଞ୍ଜକୁ ପ୍ରତ୍ୟାହାର କରିନେଇଥିବାରୁ ରିଆଙ୍କୁ ଆଶ୍ବସ୍ତି ମିଳିଛି।
ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ମଧ୍ୟ ସୁପ୍ରିମ୍‌କୋର୍ଟରେ ରିଆଙ୍କ ଜାମିନକୁ ଚାଲେଞ୍ଜ କରିଥିଲା। ରିଆ ଡ୍ରଗ୍ ସିଣ୍ଡିକେଟର ସକ୍ରିୟ ସଦସ୍ୟ ଥିବା ଏବଂ ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶା ଖୁଆଉଥିବ‌ା ଏନ୍‌ସିବି ଅଭିଯୋଗ କରିଥିଲା। ନିଜର ବୟଫ୍ରେଣ୍ଡ ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ଓ ନିଶା ସମ୍ବନ୍ଧୀୟ ମାମଲାରେ ଗିରଫ ହେବାର ମାସକ ପରେ ରିଆଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକାରେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାର ସର୍ତ୍ତରେ ଗତବର୍ଷ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ।

Spread the love