ପୁଣି ଘନେଇଲା ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଆଦିତ୍ୟ ଠାକରେଙ୍କ ହାତ ଥିବା ଅଭିଯୋଗ ଆଣିଲେ ସିନ୍ଦେ ଗ୍ରୁପ

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ପୁଣିଥରେ ଉଜାଗର ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ସାଂସଦ ଅଭିଯୋଗ ଆଣିଛନ୍ତି କି ଏହି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କର ହାତ ରହିଛି । ଏକନାଥ ସିନ୍ଦେଙ୍କ ସମର୍ଥିତ ସାଂସଦ ରାହୁଲ ଶୋବାଲ ସୁଶାନ୍ତସିଂଙ୍କ ମୃତ୍ୟୁ ପଛରେ ଆଦିିତ୍ୟ ଠାକରେଙ୍କ ହାତ ଥିବା କହି ଏହା ଉପରେ ତଦନ୍ତ ହେଉ ବୋଲି ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ସୁଶାନ୍ତସିଂଙ୍କ ମୃତ୍ୟୁ ପୂର୍ବରୁ ଓ ପରେ ଆଦିତ୍ୟ ଠାକରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ୪୪ ଥର ଫୋନ କରିଛନ୍ତି ।

ବୁଧବାର ଦିନ ସଂସଦରେ ରାହୁଲ ଶୋବାଲ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ପ୍ରଶ୍ନ କରିଥିଲେ କି ଏହି ମାମଲାରେ ସିବିଆଇର ତଦନ୍ତ କେତେବାଟ ଯାଇଛି । ତାଙ୍କର ଏହି ପ୍ରଶ୍ନକୁ ବି ସିନ୍ଦେଗ୍ରୁପର ବିଧାୟକ ପ୍ରତାପ ସରନାଇକ ସମର୍ଥନ ଦେଇଥିଲେ । କେବଳ ସେତିକି ନୁହେଁ ବିଜେପି ଓ ଏକନାଥ ସିନ୍ଦେ ଗ୍ରୁପ ଗୁରୁବାର ଦିନ ବିଧାନଭବନ ଆଗରେ ବ୍ୟାନର ଲଗାଇ ଏହି ପ୍ରସଙ୍ଗରେ ପ୍ରଦର୍ଶନ କରିଥିଲେ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏନେଇ ଆଦିତ୍ୟ ଠାକରେଙ୍କୁ ପ୍ରଶ୍ନ କରାଯିବାରୁ ସେ ଓଲଟା ଜବାବ ଦେଇଛନ୍ତି । ସେ ଏହି ପ୍ରସଙ୍ଗରେ ଆଦିତ୍ୟ ଠାକରେ ଗ୍ରୁପକୁ ଟାର୍ଗେଟ କରି କହିଛନ୍ତି କି ଯେ ନିଜ ଘରର ବିଶ୍ୱାସୀ ହୋଇପାରିଲେ ନାହିଁ, ଯେ ନିଜ ଦଳ ସହ ବିଶ୍ୱାସଘାତକତା କଲେ ତାଙ୍କ ଅଭିଯୋଗ ଉପରେ ସେ କିଛି ଟିପ୍ପଣୀ ଦେବେ ନାହିଁ ।

Spread the love