ମାଆଙ୍କ ପରି ଆକର୍ଷଣୀୟ ଦିଶିଲେଣି ସୁସ୍ମିତାଙ୍କ ବଡ଼ ଝିଅ

ନୂଆଦିଲ୍ଲୀ: ୧୯୯୪ ମସିହା ଭାରତ ପାଇଁ ଏକ ସ୍ମରଣୀୟ ବର୍ଷ ଥିଲା। କାରଣ ପ୍ରଥମ ଥର ପାଇଁ ଆମ ଦେଶ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ସଫଳତାର ପତାକା ଉଡ଼ାଇଥିଲା। ସୁସ୍ମିତା ସେନ୍ ଭାରତର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ ବା ମିସ୍ ୟୁନିଭର୍ସ ହୋଇଥିଲେ ଏବଂ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲେଖିଥିଲେ।
ମିସ୍ ୟୁନିଭର୍ସ ହେବା ପରେ ସୁସ୍ମିତା ଅଭିନୟ ଜଗତରେ ପାଦ ଦେଇଥିଲେ। ୧୯୯୬ ମସିହାରେ ‘ଦସ୍ତକ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ପଛକୁ ଚାହିଁ ନଥିଲେ। ମିସ୍ ୟୁନିଭର୍ସ ହେବା ପରେ ସୁସ୍ମିତା ସେନ୍ ରେନେ ଏବଂ ଆଲିଶା ନାମକ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତେବେ ଏହା ମଧ୍ୟରେ ସେମାନେ ଦୁହେଁ ବଡ଼ ବି ହୋଇଗଲେଣି। ସୁସ୍ମିତାଙ୍କ ବଡ଼ ଝିଅ ରେନେ ଏବେ ମାଆଙ୍କ ପରି ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି।
ଉଭୟ ଝିଅଙ୍କୁ ଖୁବ୍ ଭଲପାଆନ୍ତି ଏବଂ ରୀତିମତ ସେମାନଙ୍କ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରୁଛନ୍ତି। ତେବେ ଅଭିନେତ୍ରୀ ବଡ଼ ଝିଅ ରେନେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ଇନଷ୍ଟାଗ୍ରାମରେ ବହୁ ସଂଖ୍ୟକ ଲୋକ ରେନେଙ୍କୁ ଅନୁସରଣ କରନ୍ତି।

ନିକଟରେ ରେନେ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି। ଏହି ଫଟୋଗୁଡ଼ିକରେ ରେନେ ସୋଫାରେ ବସି କ୍ୟାମେରା ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି। ଶେଷ ଫଟୋରେ ତାଙ୍କ ମାଇଁ ଚାରୁ ଆସୋପା ମଧ୍ୟ ନଜର ଆସିଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ରେନେଙ୍କ ସୌନ୍ଦର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ପରବର୍ତ୍ତୀ ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି କହିବ‌ା ଆରମ୍ଭ କରିଛନ୍ତି।

Spread the love