ଛାତ୍ରକୁ ମାଡ଼ ଘଟଣା: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଧୋବାଗଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀ ସଂପୃକ୍ତ ପ୍ରଧାନଶିକ୍ଷୟତ୍ରୀ ମାଳତୀ ମହାପାତ୍ରଙ୍କୁ ଗତ ଗୁରୁବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ୨୦ ତାରିଖରେ ସମ୍ପୃକ୍ତ ଛାତ୍ର ଜଣକ ଅନ୍ୟ ପିଲାମାନଙ୍କ ସାଙ୍ଗରେ ବଲ ଖେଳୁଥିବା ବେଳେ ବଲ୍‌ଟି ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ବାଜିବା ସହ ସେ ଖାଉଥିବା ଖାଦ୍ୟଥାଳିରେ ପଡିଥିଲା।ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀ ପିଲାଟିକୁ ସ୍କେଲରେ ମାଡ ମାରିବା ସହ ଠେଲିଦେବାରୁ ଛାତ୍ରଜଣଙ୍କର ମୁଣ୍ଡଟି କାନ୍ଥରେ ବାଜିଥିଲା। ଆହତ ଅବସ୍ଥାରେ ତାକୁ ଚିକିତ୍ସା କରାଯାଇଥିଲା। ମା’ବାପା ଓ ଗ୍ରାମବାସୀଙ୍କ ଅଭିଯୋଗ ପରେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ଶ୍ରୀଧର ବେହେରା ୨୨ତାରିଖରେ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

Spread the love