ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ୍ ଅଞ୍ଚଳରୁ ଆସିଛି ଏଭଳି ଖବର । ଯୁବକ ଜଣଙ୍କ ନବୀନ ବାଗ୍ ଅଞ୍ଚଳର ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଘରେ ଭଡ଼ାରେ ରହୁଥିଲେ । ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାମ କରୁଥିଲେ । ହେଲେ ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଗାଁରେ । ମୃତ ଯୁବକଙ୍କ ଜଣଙ୍କ ହେଲେ ସୌମ୍ୟରଞ୍ଜନ ମହାନା ।ଗତକାଲି ତାଙ୍କ ଝୁଲନ୍ତା ମୃତଦେହ ଭଡ଼ାଘରୁ ଠାବ ହୋଇଛି । ବେକରେ ଲୁଗା ଦେଇ ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ହେଲେ ତାଙ୍କ ପରିବାର ଲୋକ ତାଙ୍କୁ କେହିଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଘଟଣା ତଦନ୍ତ କରି ସତ୍ୟାସତ୍ୟ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

Spread the love