ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ହେବେ ଶୁଭେନ୍ଦୁ ଅଧିକାରୀ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

ନନ୍ଦୀଗ୍ରାମ ବିଧାୟକ ତଥା ହେଭିଓ୍ବେଟ୍‌ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସୋମବାର ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ନେତା ଚୟନ କରିଛନ୍ତି ବିଜେପି ବିଧାୟକ ।

ତୃଣମୂଳ କଂଗ୍ରେସ ବିଧାୟକ ତଥା ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ ଶୁଭେନ୍ଦୁ ଅଧିକାରୀ । ନନ୍ଦୀଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ଦିଦିଙ୍କୁ ୧୯ଶହରୁ ଉର୍ଦ୍ଧ୍ବ ଭୋଟରେ ହରାଇଥିଲେ ଶୁଭେନ୍ଦୁ ଅଧିକାରୀ ।

Spread the love