ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ସଂଗ୍ରହ କଲେ ଲ୍ୟାବ ଟେକ୍ନିସିଆନ

ମୁମ୍ବାଇ, ୩୧/୦୭: କରୋନା ପରୀକ୍ଷା ପାଇଁ ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ନମୁନା ସଂଗ୍ରହ କରିବା ଅଭିଯୋଗରେ ଗିରଫ ହୋଇଛି ଲାବୋରେଟୋରୀ ଟେକ୍ନିସିଆନ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମ୍ରାବତୀ ଜିଲ୍ଲାରେ। କରୋନା ଭାଇରସ ସଂକ୍ରମଣର ଯାଞ୍ଚ ପାଇଁ ଆସିଥିବା ଜଣେ ମହିଳାଙ୍କ ଯୌନାଙ୍ଗରୁ ସ୍ବାବ ନମୁନା ନେବା ମାମଲା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନାଯୋଗ୍ୟ, ଅଭିଯୋଗକାରୀ ମହିଳା ଅମରାବତୀର ଏକ ମଲରେ କାମ କରନ୍ତି। ସେଠାରେ ଥିବା ଜଣେ କର୍ମଚାରୀ ଜୁଲାଇ ୨୪ରେ କରୋନା ସଂକ୍ରମିତ ହେବାପରେ ସତର୍କତା ଅବଲମ୍ବନ କରି ଜୁଲାଇ ୨୮ ତାରିଖରେ, ଅଭିଯୋଗକାରୀଙ୍କ ସମେତ ୨୦ରୁ ୨୫ ଅନ୍ୟ କର୍ମଚାରୀମାନେ ସରକାରୀ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଅଭିଯୋଗକାରୀ ସମେତ ଅନ୍ୟ କର୍ମଚାରୀଙ୍କ ନାକରୁ ସ୍ବାବ ନେବା ପରେ ସମାନଙ୍କୁ ମଙ୍ଗଳବାର ଜିଲ୍ଲା ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ପରେ ଲ୍ୟାବ ଟେକ୍ନିସିଆନ ଅଲପେଶ ଦେଶମୁଖ ତାଙ୍କୁ କହିଛନ୍ତି ଯେ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି।

ତେଣୁ ସଠିକ୍‌ ପରୀକ୍ଷା ଫଳାଫଳ ପାଇଁ ଗୁପ୍ତାଙ୍ଗରୁ ସ୍ୱାବ ନେବା ଜରୁରୀ ଅଟେ। ଏହା କହି ସେ ତାଙ୍କ ଗୁପ୍ତାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ କରିଥିଲେ। ଏହାପରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ଶୈଲେଶ ନାଭାଲ କହିଛନ୍ତି ଯେ ମଙ୍ଗଳବାର ରାତିରେ ଆଇପିସିର ଧାରା ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ଏବଂ ସାଂସଦ ନବନୀତ୍ କୌର ରାଣା ଏହି ଘଟଣାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥି ସହ ଟେକ୍ନିସିଆନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love