ଆତ୍ମନିର୍ଭର ହେବାର ବାଟ ଫିଟାଇଲା ଚକୋଲେଟ୍- କେକ-ଆଇସକ୍ରିମ

କଟକ: ଚକଲେଟ୍, କେକ, ଆଇସକ୍ରିମ ଆଉ  ବିସ୍କୁଟ୍ ଆତ୍ମନିର୍ଭର ହେବାର ବାଟ ଫିଟାଉଛି। ଏହାର ଉଦାହରଣ ହେଲେ କଟକ ଚାଉଳିଆଗଞ୍ଜର ପ୍ରଜ୍ଞା ନାୟକ। ପ୍ରଜ୍ଞା ବିଭିନ୍ନ ଫ୍ଲେବରର ଚକଲେଟ୍, କେକ୍ ଆଇସକ୍ରିମ ଆଦି ତିଆରି କରି ନିଜେ ଆତ୍ମନିର୍ଭର ହେବା ସହ ଆଗ୍ରହୀ ମହିଳା ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ପ୍ରଜ୍ଞାଙ୍କର ମୂଳ ମନ୍ତ୍ର ହେଉଛି ସ୍ଵାସ୍ଥ୍ୟକର ଓ ସୁସ୍ବାଦୁ ଜିନିଷ ଲୋକଙ୍କ ପାଇଁ ତିଆରି କରିବା।

କଟକ ଚାଉଳିଆଗଞ୍ଜର ପ୍ରଜ୍ଞା ନାୟକ। ଗତ ୨୦୨୦ଲକଡାଉନ୍ ଵେଳେ କିଛି କରିବାର ସଂକଳ୍ପ ମନରେ ଆସିଲା। ଆଉ ୟୁଟ୍ୟୁଵ ଦେଖୁ ଦେଖୁ ଘରେ ଚକୋଲେଟ୍, କେକ୍, ଵିସ୍କୁଟ୍ ଆଉ ଆଇସକ୍ରିମ ତିଆରି କରିଵାର ପ୍ରେରଣା ପାଇଲେ। ତା ପରେ ୟୁ ଟ୍ୟୁଵରୁ ହି ଖୋଜି ଏସଵୁ ଜିନିଷ ତିଆରି କରିଵାର ପ୍ରଣାଳୀ ଶିଖିଲେ। ଗଢା,ଭଙ୍ଗା-ଗଢା,ଭଙ୍ଗା ପ୍ରକ୍ରିୟାରେ ଏଵେ ପ୍ରଞ୍ଜା କାର୍ଡଵରୀ ସହ ଵିଭିନ୍ନ ଫ୍ଲେଵରର ଚୋକଲେଟ୍ ,କେକ୍, କୁକିଜ ଓ ଆଇସକ୍ରିମ ତିଆରିରେ ପୁରା ଓସ୍ତାଦ।

ଏଵେ ଵିଭିନ୍ନ ଅର୍ଡର ଅନୁସାରେ ପ୍ରଜ୍ଞା ଚକୋଲେଟ୍, କେକ୍ ଆଦି ତିଆରି କରୁଛନ୍ତି।ଚକଲେଟ୍, କେକ୍,ଆଇସକ୍ରିମ ଆଦିର ଅନେକ ନାମି,ଦାମି ଵ୍ରାଣ୍ଡ ଥିବା ଵେଳେ, ପ୍ରଜ୍ଞା କିଭଳି ନିଜ ତିଆରି ଜିନିଷକୁ ମାର୍କେଟରେ ଵିକ୍ରି କରିଵେ ପ୍ରଶ୍ନର ଉତ୍ତରରେ ପ୍ରଜ୍ଞା କହନ୍ତି, ମୂଳ ମନ୍ତ୍ର ହେଉଛି –ସ୍ବାସ୍ଥ୍ୟକର ଓ ସ୍ବାଦଯୁକ୍ତ।ଏ ଦୁଇଟିକୁ ସେ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଵୋଲି କହନ୍ତି।

କେଵଳ ନିଜେ ତିଆରି କରିବା ନୁହେଁ, ଅନ୍ୟ ମାନେ କିଭଳି ଏସଵୁ ଜିନିଷ ଘରେ ତିଆରି କରି ପାରିବେ, ସେଥିପାଇଁ ମଧ୍ୟ ପ୍ରଜ୍ଞା ନିଜ ଘରେ ନିୟମିତ ପ୍ରଶିକ୍ଷଣ ଦେଉଛନ୍ତି। ମାର୍କେଟରେ ଏସଵୁର ଚାହିଦା ଧିରେ ଧିରେ ଵଢଢୁଥିଵାରୁ ଏହାକୁ ଫୁଲଟାଇମ୍ ପେଶା ଭାଵେ କରିହେଵ ଵୋଲି ପ୍ରଶିକ୍ଷଣ ନେଉଥିବା ମହିଳା ମତ ଦିଅନ୍ତି। ପ୍ରଜ୍ଞା ଏଵେ କଟକ ଓ ଭୁଵନେଶ୍ବର ସହରରେ ଅର୍ଡର ଡେଲିଭରି କରୁଛନ୍ତି।ଭୋକାଲ ଫର ଲୋକାଲ ସ୍ଳୋଗାନ ଅନୁସାରେ ଆଗକୁ ନିଜ ଵ୍ୟଵସାୟର କାୟା ଵିସ୍ତାର କରାଇଵାର ଯୋଜନା ରଖିଛନ୍ତି ପ୍ରଜ୍ଞା ।

Spread the love