ସ୍ୱାଧୀନତା ଦିବସ ପାଳନ, ୬ ମହାଦେଶ ଓ ୩ ସାଗରରେ ଉଡ଼ିଲା ଜାତୀୟ ପତାକା

ନୂଆଦିଲ୍ଲୀ : ପୂରା ବିଶ୍ୱରେ ସ୍ୱାଧୀନତା ଦିବସ ପାଳନ କରିଛି ଭାରତର ନୌସେନା । ୬ଟି ମହାଦେଶ ଏବଂ ୩ଟି ମହାସାଗରରେ ତ୍ରିରଙ୍ଗା ଉଡ଼ାଇଛି ଭାରତୀୟ ନୌସେନା। ଅଷ୍ଟ୍ରେଲିଆରେ ଆଇଏନଏସ୍ ସୁମେଧା ଉଡ଼ାଇଛି ଜାତୀୟ ପତାକା।

ଅଷ୍ଟ୍ରେଲିଆ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉଡ଼ିଛି। ସେହିପରି ବ୍ରାଜିଲରେ ଆଇଏନ୍ଏସ୍ ତାରକାସ୍ରେ ଜାତୀୟ ପତାକା ଉଡ଼ିଛି। ୟୁରୋପ ସମୁଦ୍ରରେ ଆଇଏନଏସ୍ ତରଙ୍ଗିଣୀରେ ଉଡ଼ିଛି ତ୍ରିରଙ୍ଗା। ତ୍ରିରଙ୍ଗା ଉଡ଼ାଇ ଜାତୀୟ ସଂଗୀତ ଗାନ୍ କରିଛନ୍ତି ଯବାନ।

Spread the love