ସ୍ତ୍ରୀର ପ୍ରେମିକକୁ ଛୁରୀ ଭୁସି ମାରିଦେଲା ସ୍ୱାମୀ !

କଟକ, ୨୦/୦୬: ସଟଡାଉନ୍ ରାତିରେ କଟକରେ ଘଟିଛି ହତ୍ୟା କାଣ୍ଡ ।କଲେଜ ଛକ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରି ରହୁଥିବା ସନାତନ ଦାସ ହତ୍ୟାକାଣ୍ଡର ଶୀକାର ହୋଇଥିବା ବେଳେ ମାଳତୀ ବିଶ୍ୱାଳ ନାମକ ଜଣେ ମହିଳା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଛନ୍ତି । ପରକୀୟା ପ୍ରୀତିକୁ ନେଇ ମାଳତୀଙ୍କ ସ୍ୱାମୀ ସନାତନଙ୍କୁ ହତ୍ୟା କରିଥିବା ବେଳେ ମାଳତୀଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିବା ପୋଲିସ କହିଛି ।.ଘଟଣା ସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

ସଟ ଡାଉନ ରାତିରେ କଟକରେ ହତ୍ୟା କାଣ୍ଡ .।ପରକୀୟା ପ୍ରୀତିକୁ ନେଇ ମାଳତୀଙ୍କ ସ୍ୱାମୀ ଏଭଳି ହତ୍ୟା କାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଛି । ସୂଚନା ଅନୁସାରେ, କଲେଜ ଛକ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସନାତନ ଦାସଙ୍କ ପାଖରେ ସିଡିଏ ଅଞ୍ଚଳର ମାଳତୀ ବିଶ୍ୱାଳ ନାମକ ଜଣେ ମହିଳା ସ୍ୱାମୀଙ୍କୁ ଛାଡି ଆସି ରହୁଥିଲେ ।.ତେବେ ଶନିବାର ବିଳମ୍ବିତ ରାତିରେ ମାଳତୀଙ୍କ ସ୍ୱାମୀ ରାକେଶ ଓରଫ କାଳିଆ ଏହି ହତ୍ୟା କାଣ୍ଡ ଘଟାଇଥିବା ପୋଲିସ କହିଛି । ବିଳମ୍ବିତ ରାତିରେ ରାକେଶ ସନାତନଙ୍କୁ ଛୁରୀ ଭୁସି ହତ୍ୟା କରିବା ସହ ମାଳତୀଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ।ଘଟଣା ସ୍ଥଳରେ ସନାତନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମାଳତୀଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଡିସିପି ।

ହତ୍ୟାକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ମାଲ୍ ଗୋଦାମ ଥାନା ପୋଲିସ ,ଡିସିପି ପ୍ରତୀକ ସିଂ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି ।ହତ୍ୟାକାଣ୍ଡ ସ୍ଥାନରେ ପଡିଥିବା ରକ୍ତ ଛିଟା ସହ ବହୁ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ.। ତେବେ ହତ୍ୟା କାଣ୍ଡ ଘଟାଇଥିବା ମାଳତୀଙ୍କ ସ୍ୱାମୀ କାଳିଆକୁ ଖୁବ୍ ଶୀଘ୍ର ଧରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତିକ ସିଂ।ମାଳତୀ ବିଶ୍ୱାଳଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି ।

Spread the love