ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିରର ତଳେ ୬ଟି ଗୁପ୍ତ କୋଠରୀ ରହସ୍ୟ

ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର ଭାରତର କେରଳ ରାଜ୍ୟ ଥିରୁଅନନ୍ତପୁରମରେ ଅବସ୍ଥିତ। ଏହି ମନ୍ଦିର ଭାରତର ପ୍ରମୁଖ ବୈଷ୍ଣବ ମନ୍ଦିର ମଧ୍ୟରେ ଅନ୍ୟତମ ଏହା ସହିତ ଐତିହାସିକ ରହସ୍ୟ ରହିଛି ଏହି ମନ୍ଦିରର। ପଦ୍ମନାଭ ସ୍ବାମୀ ମନ୍ଦିର ବିଷ୍ଣୁ ଭକ୍ତମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଆରାଧନା ସ୍ଥଳ। ୧୭୩୩ରେ ତ୍ରାବନକୋରର ମହାରାଜା ମାର୍ତଡ଼ ବର୍ମା ଏହି ପ୍ରାଚୀନ ମନ୍ଦିରର ପୁନଃ ନିର୍ମାଣ କରିଥିଲେ। ଏହି ମନ୍ଦିର ଏକ ପୌରାଣିକ କଥାବସ୍ତୁ ସହିତ ଜଡ଼ିତ । କୁହାଯାଏ ଏହି ସ୍ଥାନରେ ଭଗବାନ ବିଷ୍ଣୁଙ୍କର ପ୍ରତିମା ପ୍ରକଟ ହେବାପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିଲା।

ମନ୍ଦିରର ଗର୍ଭଗୃହରେ ଏହି ମୂର୍ତ୍ତି ବିରାଜମାନ, ଯାହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାର ଭକ୍ତମାନେ ଏଠାକୁ ଆସିଥାନ୍ତି। ଏହି ପ୍ରତିମାରେ ଭଗବାନ ବିଷ୍ଣୁ ଶେଷନାଗ ଉପରେ ଶୟନ କରିଛନ୍ତି। ତିରୁଅନନ୍ତପୁରମ ନାଁ ସହିତ ଏହି ମନ୍ଦିରର ସମ୍ବନ୍ଧ ରହିଛି। ସ୍ଥାନୀୟ ଲୋକମାନଙ୍କର କହିବା ଅନୁଯାୟୀ ଭଗବାନ ବିଷ୍ଣୁ ‘ଅନନ୍ତ’ ନାଗର ନାମରେ ଏହି ସହରର ନାଁ ରଖିଥିଲେ। ଏଠାରେ ଥିବା ଭଗବାନଙ୍କ ଶୟନ ପ୍ରତିମାକୁ ‘ପଦ୍ମନାଭ’ କୁହାଯାଇଥାଏ। କାରଣ ତାଙ୍କ ନାଭିରୁ ବହ୍ମା ଜାତ ହୋଇଛନ୍ତି । ପ୍ରଭୁଙ୍କ ଡାହାଣ ହାତ ଏକ ଶିବଲିଙ୍ଗ ଉପରେ ରହିଛି । ସେହିପରି ପାର୍ଶ୍ୱରେ ରହିଛନ୍ତି ଶ୍ରୀଦେବୀ ଓ ଭୂଦେବୀ । କୁହାଯାଏ ଏହି ଅନନ୍ତ ଶୟନ ମୂର୍ତ୍ତି ୧୨ ହଜାର ଶାଳଗ୍ରାମରେ ନିର୍ମିତ ହୋଇଛି । ଏହି ଶାଳଗ୍ରାମ ସବୁ ନେପାଳର ଗଣ୍ଡକି ନଦୀ କୂଳରୁ ଅଣାଯାଇଥିଲା ।

ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିରର ତଳେ ୬ଟି ଗୁପ୍ତ କୋଠରୀ ରହିଛି। ସେଥିରୁ ଗୋଟିକର ନାମ ହେଉଛି ‘ନାଗ ବନ୍ଧନମ୍‌’ । ଏହାକୁ କେହି ଖୋଲିବାକୁ ସମର୍ଥ ହେଉ ନାହାନ୍ତି । କେବଳ ଗରୁଡ଼ ମନ୍ତ୍ର ଦ୍ୱାରା ସିଦ୍ଧ ପୁରୁଷ ବା ସାଧୁ ହିଁ ଏହାକୁ ଖୋଲି ପାରିବେ ବୋଲି ବିଶ୍ୱାସ ରହିଛି । କାରଣ ଏହାକୁ ସୁରକ୍ଷା ଦେଉଛନ୍ତି ସ୍ୱୟଂ ନାଗରାଜ । ସାଧାରଣ ମନୁଷ୍ୟ ଏହାକୁ କେବେବି ଖୋଲି ପାରିବ ନାହିଁ ବୋଲି ସମସ୍ତଙ୍କର ବିଶ୍ୱାସ । ଯଦି ବି ଖୋଲାଯାଏ ତେବେ ଏହି ଅଞ୍ଚଳରେ କିମ୍ବା ସାରା ଦେଶକୁ ବିପତ୍ତି ଘୋଟି ଆସିବ ବୋଲି ଏଠାକାର ପୂଜକ କୁହନ୍ତି । ଆହୁରି ମଧ୍ୟ କୁହାଯାଏ ଯେ ୧୯୩୦ରେ କିଛି ବଡ଼ ବଡ଼ ସାପ ଶିକାରୀ ଏଥିରେ ପଶିବାକୁ ଚେଷ୍ଟା କରିଥିଲେ । ହେଲେ ଏହି କୋଠରୀକୁ ଜଗିଥିବା ଭୟଙ୍କର ସାପ ବାହାରି ଆସିବାରୁ ଏମାନେ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ ।

୨୦୦୧ରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ମନ୍ଦିରର ପୁରୋହିତମାନଙ୍କ ସହଯୋଗରେ ପ୍ରଥମ କୋଠରୀକୁ ଖୋଲା ଯାଇଥିଲା । ଯେଉଁଥିରୁ ମିଳିଥିଲା ବିପୁଳ ପରିମାଣର ସୁନାରୁପା ଅଳଙ୍କାର, ବିଭିନ୍ନ ଦେଶର ବହୁମୂଲ୍ୟ ମୁଦ୍ରା, ମୂର୍ତ୍ତି ଆଦି । ଗୋଟିଏ ୯ ଫୁଟ ଲମ୍ବର ସୁନା ହାର ମିଳିଥିଲା । ଯାହାର ଓଜନ ଥିଲା ଅଢ଼େଇ କିଲୋ । ଗୋଟିଏ ଚାଉଳ ଟିଣରୁ ୧ ଟନ୍‌ର ବିଭିନ୍ନ ହୀରା, ସୁନା ଆଦି ମଧ୍ୟ ମିଳିଥିଲା । ଏହି କୋଠରୀ ଭିତରେ ପାଖାପାଖି ୨୨ କୋଟି ଡଲାରର ଧନ ସମ୍ପତ୍ତି ପ୍ରାପ୍ତ ହୋଇଥିଲା।

ସେହିଭଳି ଦ୍ୱିତୀୟ କୋଠରୀକୁ ମଧ୍ୟ ନା କୌଣସି ମେସିନ ଦ୍ୱାରା ନା ମନ୍ତ୍ର ପାଠ ଦ୍ୱାରା ଖୋଲା ଯାଇ ପାରିଲା । ମନ୍ଦିରର କର୍ମଚାରୀମାନେ ଅନେକ ଚେଷ୍ଟା ସତ୍ତ୍ବେଏହି ସବୁ ଖୋଲିବାରେ ସଫଳ ହୋଇନଥିଲେ । ତେଣୁ କୌଣସି ଐଶ୍ୱରିକ ଶକ୍ତି ହିଁ ମନ୍ଦିରକୁ ଜଗି ରହିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି ଏବଂ ଶେଷ ପର୍ଯ୍ୟନ୍ତ ଜାଣିବାକୁ ମିଳିନି ଏହା ମଧ୍ୟରେ କଣ ଗୁପ୍ତ ରହସ୍ୟ ଲୁଚି ରହିଛି।

Spread the love