ସ୍ୱପ୍ନା ପତି ଫାଉଣ୍ଡେସନ ତରଫରୁ ପଣାସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ପାଳିତ

 ଭୁବନେଶ୍ୱର ୧୪।୪ : ଆଜି ସ୍ୱପ୍ନା ପତି ଫାଉଣ୍ଡେସନ ତରଫରୁ ପଣା ସଂକ୍ରାନ୍ତି ପର୍ବ ଓ ଓଡ଼ିଆ ନୁଆ ବର୍ଷା କାର୍ଯ୍ୟକ୍ରମ କୁ ଅଭିନେତା ତଥା ସମାଜ ବିଜ୍ଞାନୀ ଶ୍ରୀ ରୁଷି ପଟ୍ଟନାୟକ ,ଜ୍ୟୋତିର୍ବିଦ ଶ୍ରୀ ରାମ ନାରାୟଣ ମହାନ୍ତି ,ଅଭିନେତ୍ରୀ ସ୍ୱପ୍ନା ପତି ଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟିତ କରିଥିଲେ ।

ଝରପଡା କେନାଲ ବନ୍ଧଠାରେ ତାପରେ ପରେ ଅତିଥି ମାନେ ସର୍ବସାଧାରଣ ରେ ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ଦହି ସରବତ ପଣା ବଣ୍ଟନ କରିବା ସହିତ ନିକଟସ୍ଥ ହନୁମାନ ମନ୍ଦିର ରେ ମଧ୍ୟ ପଣା ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ରାଜା ବାବୁ, ରାକେଶ ମହାନ୍ତି ସଫଳ ଭାବରେ ଆୟୋଜନ କରିଥିଲେ ।

Spread the love