୫-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ ଆଓ୍ଵାର୍ଡ

ଭୁବନେଶ୍ଵର ୨୨।୦୫: ଓଡିଶାରେ ହକିର ବିକାଶ ଏବଂ ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ଅନ୍ତର୍ଜାତୀୟ ହକି ସଂଗଠନ(ଏଫଆଇଏଚ୍) ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ କରିଛି।

ଶୁକ୍ରବାର ଏଫଆଇଏଚ୍ ଦ୍ଵାରା ଭର୍ଚୁଆଲ କନଫରେନ୍ସ ଜରିଆରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପାଣ୍ଡିୟାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଫଆଇଏଚ୍ ଓଡିଶାରେ ହକିର ବିକାଶ କ୍ଷେତ୍ରରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ପାଣ୍ଡିୟାନଙ୍କୁ ପ୍ରଶଂସା କରିଛି। ଏନେଇ ହକି ଇଣ୍ଡିଆ ଟ୍ଵିଟ୍ କରି ଏହାର ସୂଚନା ଦେଇଛି।

ହକି ଇଣ୍ଡିଆ ଟ୍ଵିଟ୍ କରିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଏଫଆଇଏଚ୍ ଦ୍ଵାରା ପ୍ରେସିଡେଣ୍ଟ ଆଓ୍ଵାର୍ଡରେ ସମ୍ମାନିତ ପାଇଁ ଅଭିନନ୍ଦନ ଜଣାଉଛି।

Spread the love