ଟି-୨୦ ବିଶ୍ୱକପ୍‌ ପ୍ରସ୍ତୁତି, ସୋମବାର ଘୋଷଣା ହୋଇପାରେ ଟିମ୍‌ ଇଣ୍ଡିଆ

ମୁମ୍ବାଇ ୧୨।୦୯ : ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ଏଥିଲାଗି ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହିକ୍ରମରେ ଭାରତ ମଧ୍ୟରେ ନିଜର ଶ୍ରେଷ୍ଠ ଦଳ ଚୟନ କରିବା ରେ ଲାଗିପଡିଛି ।

ଆଗାମୀ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାତେଇବା ପାଇଁ ସୋମବାର ଘୋଷଣା ହୋଇପାରେ ଟିମ୍‌ ଇଣ୍ଡିଆ । ଅପରାହ୍ନରେ ଚୟନକର୍ତ୍ତାଙ୍କ ବୈଠକ ବସିବ । ଏଥିରେ ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇପାରେ । ତେବେ ଏହି ୧୫ଜଣିଆ ଟିମ୍‌ରେ କିଏ ସାମିଲ ହେବେ, କିଏ ଆଉଟ୍‌ ହେବେ , ତା ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି ।

ସମ୍ଭାବ୍ୟ ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନୀ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଜସପ୍ରିତ୍‌ ବୁମ୍‌ରାହ, ହର୍ଷଲ ପଟେଲ୍‌, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ।

ସେହିପରି ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଚଳିତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ ଜାଡେଜା । ଏହାପରେ ତାଙ୍କର ସର୍ଜରୀ ମଧ୍ୟ ହୋଇଛି । ତେବେ ତାଙ୍କ ରିପୋର୍ଟ ଓ ଫିଟ୍‌ନେସ୍‌କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Spread the love