ଆଜିଠାରୁ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ ଆରମ୍ଭ

ଆଜିଠାରୁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ ଆରମ୍ଭ ହେଉଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜୁଲାଇ ୧୭ରୁ ୨୨ ତାରିଖ ଯାଏଁ ଚାମ୍ପିୟନସିପ ଚାଲିବ । ଏଥିରେ ଭାରତ, ସିଙ୍ଗାପୁର, ସାଉଥ୍‌ ଆଫ୍ରିକା, ଓେଲ୍‌ସ ଓ ଅଷ୍ଟ୍ରେଲିଆ ସମେତ ୧୪ଟି ଦେଶ ଭାଗ ନେଉଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି।  ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି । ସ୍କୁଲ ପିଲାଙ୍କୁ ମାଗଣାରେ ମ୍ୟାଚ୍‌ ଦେଖିବାକୁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ ।  ସକାଳ ୯ଟାରୁ ରାତି ୧୦ ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ଦୁଇ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ।  ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।ଏହା ପୂର୍ବରୁ ଚାମ୍ପିଅନ୍‌ସିପ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭାରତୀୟ ମହିଳା ତାରକା ମନିକା ବାତ୍ରା କହିଛନ୍ତି । ପ୍ରତିଯୋଗିତାକୁ ସିଙ୍ଗାପୁର, ଇ˚ଲଣ୍ଡ, ମାଲେସିଆ ଭଲ ଶକ୍ତିଶାଳୀ ଦଳ ଆସିଛନ୍ତି। ସେମାନଙ୍କ ବିପକ୍ଷରେ ଖେଳିବା ପାଇଁ ଆମେ ସେହି ଅନୁସାରେ ପ୍ରସ୍ତୁତ କରିଛୁ। ପ୍ରତ୍ୟେକ ମ୍ୟାଚ୍‌ରେ ଆମେ ଶତ ପ୍ରତିଶତ ଉଦ୍ୟମ କରିବୁ। ତାହା ହେଲେ ଯାଇ ଭାରତକୁ ପଦକ ଆସିପାରିବ ବୋଲି ସେ କହିଛନ୍ତି।

Spread the love