ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ବି ପୋଲିସ ଧରୁନି ଦୁର୍ଷମକାରୀ : ବିଜେପି ଭୁବନେଶ୍ୱର, ତା ୨୪/୦୪: ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଆଜି ସବୁ ସ୍ଥାନରେ ମହିଳା ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲାବେଳେ ଓଡିଶା ପୋଲିସ ଚୁପ ବସିଛି । ମାଲକାନଗିରିର ଜଣେ କଲେଜ ପଢୁଥିବା ଝିଅ ସହ କଲେଜ ଭିତରେ ଗଣଦୁର୍ଷ୍କମ ଘଟଣା ୨୦୧୭ ମସିହାରେ କରାଯାଇଥିଲା । ଏହି ଘଟଣାରେ ସେହି କଲେଜ କର୍ତୁପକ୍ଷଙ୍କ ସହ ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତି ରହିଥିଲା । ପୋଲିସ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ଏହି କେସରେ ପୋଲିସ ଏର୍ପଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୋଲିସ ଗିରଫ କରିଥିବା ଅପରାଧିମାନଙ୍କୁ ପରବର୍ତୀ ସମୟରେ ଛାଡି ଦିଆଗଲା । ଅଭିଯୁକ୍ତ ଅପରାଧିମାନଙ୍କୁ ଗିରଫ କରିବା ହାଇକୋର୍ଟ ଆଦେଶ ଦେଇଥିଲେ ମଧ୍ୟ ମାଲକାନଗିରିର ପୋଲିସ ସମ୍ପୃକ୍ତ ଗଣଦୁର୍ଷମକାରୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରୁନାହିଁ ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏମସ ଡାକ୍ତରଖାନାରେ ଚିକିସ୍ତ୍ରା ହେଉଥିବା ପିଡିତାଙ୍କୁ ଭେଟିବା ପରେ ଅଭିଯୋଗ କରିଛନ୍ତି । ଶ୍ରୀମତି ସାମନ୍ତସିଂହାର କହିଛନ୍ତି ଯେ ପିଡିତାର ବାପା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସମ୍ପୃକ୍ତ ଘଟଣାର ଅପରାଧିମାନେ ଝିଅ ଟିର ଆଖି ସାମ୍ମନାରେ ବୁଲୁଛନ୍ତି । ମୋକଦ୍ଦମା ଉଠାଇବା ପାଇଁ ବାରମ୍ବାର ଧମକ ଦେବାପରେ ଭୟରେ ଓ ଲଜ୍ଜ୍ୟାରେ ପିଡିତାଟି ଦୁଇଥର ଆତ୍ମହତ୍ୟା କରିବାର ଉଦ୍ୟମ କରିବା ଆଜି କୋମାରେ ପଡିଛି । ଝିଅର ଅବସ୍ଥା ଏବେ ସଂକଟାପନ୍ନ ରହିଥିବାବେଳେ ମୃତ୍ୟୁ ସହ ଲଢେଇ କରୁଛି । ୧୯ ବର୍ଷର ଶାସନ କାଳରେ ବିଜେଡି ସରକାର ମହିଳା ସୁରକ୍ଷା, ସମ୍ମାନ ଏବଂ ନ୍ୟାୟ ଦେବାରେ ସଂପୂର୍ଣ୍ଣ ଭାବେ ଫେଲ୍ । ଦୁର୍ଷ୍କମକାରିମାନେ ପିଡିତାର ପରିବାରକୁ ପୋଲିସ ପାଖକୁ ଗଲେ ଜିବନରେ ମାରିଦେବୁ ବୋଲି ଧମକାଉଥିବାବେଳେ ପୋଲିସ ନିରବଦ୍ରଷ୍ଟା ସାଜଛି । ରାଜ୍ୟରେ ଯେତେବେଳେ ଅପରାଧିକ

ଓଡିଶାରେ ନାବାଳିକାଠୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଆଜି ସବୁ ସ୍ଥାନରେ ମହିଳା ଅସମ୍ମାନିତ, ନିଷ୍ପେଷିତ, ଅପମାନିତ, ଲାଂଛିତ । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ

Read more