ତାଳଦଣ୍ଡା କେନାଲ୍‌ ରାସ୍ତା ଓ ଏସ୍‌ସିବି ମେଡ଼ିକାଲ୍‌ କଲେଜର ପୁନର୍ବିକାଶ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସମୀକ୍ଷା

ତାଳଦଣ୍ଡା କେନାଲ୍‌ ରାସ୍ତା ଓ ଏସ୍‌ସିବି ମେଡ଼ିକାଲ୍‌ କଲେଜର ପୁନର୍ବିକାଶ କାର୍ଯ୍ୟ  ତ୍ୱରାନ୍ୱିତ କରାଯିବାକୁ ନେଇ  କଟକ ସ୍ପେଶାଲ୍ ସର୍କିଟ ହାଉସ୍‌ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତୁ ଜାଣିବା ବୈଠକର ସାରାଂଶ…
୧) ଏସ୍‌ସିବି ମେଡିକାଲ୍‌ କଲେଜ ପରିସରରେ ଥିବା ସମସ୍ତ କାର୍ଯ୍ୟାଳୟ, ଜଳସେଚନ ଏବଂ ମତ୍ସ୍ୟ ପାଳନ ବିଭାଗର ସମସ୍ତ ଆବାସିକ ଗୃହଗୁଡ଼ିକର ସ୍ଥାନାନ୍ତରଣ ପ୍ରକ୍ରିୟା ଏହି ମାସ ଭିତରେ ଶେଷ କରାଯିବ । ଏ ସମ୍ପର୍କିତ ବିବାଦଗୁଡ଼ିକର ସମାଧାନ ପାଇଁ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କୁ ଦାୟିତ୍ୱ ଦିଆଯାଇଛି ।
୨) ସୁଇପର୍‌ ଏବଂ ବେହେରା ସାହି କଲୋନୀ ବାସିନ୍ଦାମାନଙ୍କୁ ନିକଟରେ ଥିବା ସରକାରୀ ଜାଗାରେ ଥଇଥାନ କରାଯିବ ।
୩) ୫ଟି ବେସରକାରୀ ଜମିର ଅଧିଗ୍ରହଣ ସଂପର୍କିତ ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯଥାଶୀଘ୍ର ପଠାଯାଇ ପରିକଳ୍ପିତ ମୂଲ୍ୟ ବାଦ୍‌ ଆବଶ୍ୟକ ପାଣ୍ଠି ମଞ୍ଜୁର କରାଯିବ ।

ତାଳଦଣ୍ଡା କେନାଲ୍ ରୋଡ୍
୧) ତାଳଦଣ୍ଡା କେନାଲ୍ ର ଡାହାଣ ପାଶ୍ୱର୍ରେ ଥିବା ବିଦୁ୍ୟତ ସରଞ୍ଜାମଗୁଡ଼ିକୁ ତୁରନ୍ତ ସ୍ଥାନାନ୍ତର କରାଯିବ ।
୨) ତାଳଦଣ୍ଡା ଆରଏଚଏସ୍ ରେ ଆସୁଥିବା ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ର ପାଚେରୀର ସ୍ଥାନାନ୍ତର କାର୍ଯ୍ୟରେ ଥିବା ସମସ୍ୟାକୁ ଜୁନ୍ ୧୫ ସୁଦ୍ଧା ସମାଧାନ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।
୩) ତାଳଦଣ୍ଡା ପରିସୀମାରେ ଥିବା ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବ ।
୪) ଡିଟିଇଟି ବିଲଡିଂ ଭଙ୍ଗା କାର୍ଯ୍ୟ ଜୁନ୍ ୧୫ ସୁଦ୍ଧା ସରିବ । ଅନ୍ୟାନ୍ୟ ଜମି ବିବାଦର ବି ସମାଧାନ କରାଯିବ ।
୫) ତାଳଦଣ୍ଡା ଆରଏଚଏସ ଉପରେ ୩ଟି ପୋଲ୍ ର ପେଣ୍ଡିଂ ଥିବା ଡିଜାଇନ୍ ପ୍ଲାନ୍ ଜୁନ୍ ୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
୬) ତାଳଦଣ୍ଡା କେନାଲ୍ ରୋଡ୍ ଏବଂ ରିଙ୍ଗ୍ ରୋଡ୍ ରେ ସଂଯୋଗ ସ୍ଥଳର ଉନ୍ନତିକରଣ ଯୋଜନା ତୁରନ୍ତ ସରିବ ।
୭) ତାଳଦଣ୍ଡା ଏଲ୍‌ଏଚ୍‌ଏସ୍‌ ଠାରୁ ବିଟି ଲେଭଲ୍‌ ପର୍ଯ୍ୟନ୍ତ ବେସାମରିକ କାର୍ଯ୍ୟଗୁଡ଼ିକ ୧୫ଜୁନ୍‌ ପୂର୍ବରୁ ଶେଷ କରାଯିବ ।
୮) ତାଳଦଣ୍ଡା ଆର୍‌ଏଚ୍‌ଏସ୍‌ ର ବିଟି ଲେଭଲ୍‌ ପର୍ଯ୍ୟନ୍ତ ବେସାମରିକ କାର୍ଯ୍ୟକୁ ୩୦ଜୁନ୍‌ ପୂର୍ବରୁ ସମାପ୍ତ କରାଯିବ ।

ଏହି ବୈଠକରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷ୍ଣ କୁମାରଙ୍କ ସହ କଟକ ଜିଲ୍ଲାପାଳ, କଟକ କମିଶନର, ସିଏମ୍‌ସି, ସିଟିସି, ଏସ୍‌.ଇ.(ଆର୍‌ ଆଣ୍ଡ୍‌ ବି), କଟକ ସର୍କଲ ଓ ପରିଚାଳକ ଯନ୍ତ୍ରୀ, (ଆର ଆଣ୍ଡ ବି) ଡିଭିଜନ-୧, ସିଟିସି ପ୍ରମୁଖ ଉପସ୍ଥିତି ଥିଲେ ।

Spread the love