ତାଳଚେର ଅର୍ଥନୈତିକ ଅବରୋଧ ସ୍ଥଗିତ

ତାଳଚେର ସୁରକ୍ଷା ମଞ୍ଚ ତରଫରୁ ୧୬ ଦଫା ଦବିନେଇ କରା ଯାଇଥିବା ଅର୍ଥନୈତିକ ଅବରୋଧ ଆଜିଠାରୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜୁଲ୍ଲାପାଳ ଅନିଲ କୁମାର ସାମଲ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଏସପି ମିତ୍ରଭାନୁ ମହାପାତ୍ର, ଏମ୍ ସି ଏଲ ଜି.ଏମ. ବ୍ରହ୍ମପୁର କର, ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀ ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଦାବି ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା। ଯେହେତୁ କୋଇଲା ଖଣି, ରେଳ ପଥ ଓ ଜାତୀୟ ରାଜପଥ ଆଦି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ସମସ୍ୟା ରହିଛି ତେଣୁ ରାଜ୍ୟ ମୁଖ୍ୟ  ଶାସନ ସଚିବଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ।

ଆସନ୍ତା ଫେବୃଆରୀ ୫ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ସହ ବୈଠକ କରାଯାଇ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ ମାଧ୍ୟମରେ ଆନ୍ଦୋଳନକାରୀଙ୍କୁ ଜଣାଇଥିଲେ। ଏହା ପରେ ୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ମଞ୍ଚ ନିଷ୍ପତି ନେଇଥିଲା।

Spread the love