ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ, ତାଳଚେରବାସୀଙ୍କୁ ଦେଲେ ଏହି ବଡ ଭେଟି

ତାଳଚେରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତାଳଚେର ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବାକୁ ଘୋଷଣା କରିବା ପରେ ଏବେ ତାଳଚେରରେ ଖୁସିର ମାହୋଲ ।

ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଥିଲେ 5T ସଚିବ ଭି କେ ପାଣ୍ଡିଆନ୍ । ଏହି ଗସ୍ତ ସମୟରେ ସେ ସାଧାରଣ ଜନତାଙ୍କୁ ଭେଟି ଅଭିଯୋଗ ଗ୍ରହଣ କରିଥିଲେ । ତେବେ ଏହି ଗସ୍ତ ସମୟରେ ତାଳଚେର ଅଞ୍ଚଳ ପାଇଁ ମେଡ଼ିକାଲ କଲେଜର ଆବଶ୍ୟକତାକୁ ସେ ହୃଦୟଙ୍ଗମ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନଙ୍କ ଜିଲ୍ଲା ତଥା ରାଜ୍ୟବାସୀଙ୍କ ପାଇଁ ଅବଦାନକୁ ବୁଝିଥିଲେ । ଏଥିପାଇଁ ଏହାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ଆଉ ଏହା ପରେ ମୁଖ୍ୟମନ୍ତ୍ରୀ ତାଳଚେରବାସୀଙ୍କୁ ଭେଟି ଦେଇଥିଲେ ଉପହାର ।

ଅନୁଗୋଳ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପହାର ସ୍ଵରୂପ ତାଳଚେର ମେଡ଼ିକାଲ କଲେଜକୁ ମହାନ ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ । ଯାହାକି ଆସନ୍ତା ଅକ୍ଟୋବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଏହି ଘୋଷଣା କୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି ତାଳଚେର ବାସିନ୍ଦା । ଖୁସିରେ ଆଜି ସକାଳୁ ଲୋକ ମିଠା ବାଣ୍ଟୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଉ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 5Tସଚିବ ଆସିଲେ , ଲୋକଙ୍କ ଦୁଃଖ ବୁଝିଲେ ଆଉ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉପହାର ଭେଟି ଦେଲେ । ଏଥିପାଇଁ ଅଞ୍ଚଳବାସୀ ବେଶ ଖୁସି ।

Spread the love